ଅମାନିଆଙ୍କୁ ସାବାଡ଼ କରିବା କରିବାକୁ ପ୍ରଶାସନ ପୁଣି କଠୋର
ହିଞ୍ଜିଳିକାଟୁ, (ୱାଇଏନଏସ): ଲକଡ଼ାଉନ କଟକଣା କୋହଳ ପରେ ପ୍ରଶାସନର ଯାଂଚ ଓ ଚଢାଉରେ ଶିଥିଳତା ଆସିଥିବା ବେଳେ ସ୍ଥାନୀୟ ଅଂଚଳର ଜନସାଧାରଣ ବି ବେପାରୁଆ ହୋଇ ଯାଇଥିଲେ । ହେଲେ ସାମ୍ଭାବ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାରେ ସପ୍ତାହକୁ ୨ ଦିନ ଶନିବାର ଓ ରବିବାର ସଟଡ଼ାଉନ ଘୋଷଣା କରାଯାଇଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ଅଂଚଳର ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସ୍ଥାନୀୟ ପୁଲିସ ଓ ପୌର ପ୍ରଶାସନ ଅଂଟା ଭିଡ଼ିଛି । ନିୟମକୁ କଠୋର ଭାବେ ପାଳନ କରିବା ପାଇଁ ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଯାଂଚ ଆରମ୍ଭ ସହ ବିନା ମାସ୍କରେ ବୁଲୁଥିବା ଲୋକ ମାନଙ୍କ ଠାରୁ ଜୋରିମାନା ଆଦାୟ ପ୍ରକିୟା ଚାଲୁ ରହିଛି । ତହସିଲଦାର ଗୋପିନାଥ କୁଅଁର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ପୁଲିସ ବାହୀନି ସହରର ବିଭିନ୍ନ ସ୍ଥାନରେ ଯାଂଚ କରି ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଯାଉଥିବା ଲୋକ ମାନଙ୍କୁ ଛାଡ଼ିବା ସହ ବିନା କାରଣରେ ବାହାରେ ବୁଲୁଥିବା ଲୋକ ମାନଙ୍କୁ ଘରକୁ ଯିବା ପାଇଁ ତାଗିଦ କରୁଥିବାର ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ଅନାବଶ୍ୟକରେ ବାହାରେ ବୁଲୁଥିବା, ମାସ୍କ ବ୍ୟବହାର କରୁନଥିବା ଓ ରାସ୍ତାରେ ଛେପ ପକାଉଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ ପ୍ରକିୟା ଜାରୀ ରହିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି ।