ଅମାନିଆଙ୍କ ବିରୋଧରେ ଦୃଢ କାର୍ଜ୍ୟନୁଷ୍ଠାନ ଗ୍ରହଣ ହେବେ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ)ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡା ପରେ ବର୍ତ୍ତମାନ କନ୍ଧମାଳ ଜିଲାରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଚତୁର୍ଥ ପର୍ଜ୍ୟୟ ଲକଡାଉନ୍ରେ କଟକଣା ସାମାନ୍ୟ କୋହଳ ପରେ ଲୋକେ ବିନା କାମରେ ଘରୁ ବାହାରି ଦୋକାନ ବଜାରରେ ଭିଡ ଜମାଉଛନ୍ତି। ଫଳରେ ଜିଲା ପ୍ରଶାସନ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ୟ୍ୟନ୍ତ କର୍ଫ୍ୟୁକୁ କଡାକଡି ପାଳନ ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ସମଗ୍ର କନ୍ଧମାଳ ଜିଲ୍ଲା ଅଞ୍ଚଳରେ ପ୍ରଚାର ଚଳାଇଛି। ଫୁଲବାଣୀ ଏସ୍ଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ତତ୍ତ୍ବାବଧାନରେ ତହସିଲଦାର ସ୍ବପ୍ନିତା ନାଏକ, ଆଇଆଇସି ରମାକାନ୍ତ ପାତ୍ର, ଆର୍ଆଇ ଅମୀୟଭୂଷଣ ରାମ ପ୍ରମୁଖ ବ୍ଲକର ପ୍ରତି ପଞ୍ଚାୟତ ଗସ୍ତ କରି କର୍ଫ୍ୟୁ ନିୟମକୁ ଯିଏ ଉଲ୍ଲଘଂନ କରିବ ତାଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁମାନେ ମାକ୍ସ ବ୍ୟବହାର କରୁନାହାନ୍ତି, ଜରିମାନା ଆଦାୟ କାରାଯିବ ବୋଲି ପ୍ରଚାର କରିବା ସହ କେତେଜଣ ବ୍ୟବସାୟୀ ମାକ୍ସ ପିନ୍ଧି ନ ଥିବାରୁ ତହସିଲଦାର ଜରିମାନା ଆଦାୟ କରିଥିଲେ।