ଅମାନିଆ୨୫ ବିନା ମାସ୍କଧାରୀ ଗଣିଲେ ଜରିମାନା
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଲକ୍ଡାଉନ୍ ଯୋଗୁଁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପଇଁତରା ବେଳେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୨୫ଜଣଙ୍କୁ ଧରାଯାଇ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।୨୫ଜଣ ବିନା ମାସ୍କ ଧାରୀଙ୍କୁ ଧରାଯାଇ ସେମାନଙ୍କ ଠାରୁ ପ୍ରତ୍ୟେକଙ୍କ ଠାରୁ ୨ଶହ ଟଙ୍କା କରି ଜରିମାନା ଆଦାୟ କରାଯିବା ସହ ଲକ୍ଡାଉନ୍ ଆଇନକୁ ପାଳନ କରିବାପାଇଁ ସେମାନଙ୍କୁ ତାଗିଦ କରାଯାଇଥିବା ସୁଚନା ମିଳିଛି ।