ଅମାନିଆ ପ୍ରବାସୀ: ପୁଣି ଚେନ ପୁଲିଂ

ବାଲୁଗାଁ: କରୋନା ଲକଡାଉନ ଯୋଗୁଁ ବାହାରେ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନରେ ଫେରୁଛନ୍ତି । ଏହାଛଡ଼ା କିଏ ସାକେଲରେ ତ କିଏ ଚାଲି ଚାଲି ମଧ୍ୟ ଫେରୁଛନ୍ତି । ତେବେ ଟ୍ରେନରେ ଫେରୁଥିବା ବେଳେ କିଛି ପ୍ରବାସୀ ଟ୍ରେନ ଚେନ ଟାଣି ଓହ୍ଲାଇ ପଡ଼ିବା ଭଳି ଘଟଣା ବାରମ୍ବାର ଘଟୁଛି । ଗୁରୁବାର ପୁଣି ଏହି ଘଟଣାର ପୁନରାବୃତ୍ତି ଘଟିଛି । ପୁଣି ଚେନ ପୁଲିଂ କରି ୪୪ଜଣ ପ୍ରବାସୀ ଟ୍ରେନରୁ ଓହ୍ଲାଇ ଯାଇଥିବା ଜଣାଯାଇଛି । ଧୂଆଁଳ ଫାଟକ ପାଖରେ ଚେନ ପୁଲିଂ କରି ସମ୍ପୃକ୍ତ ପ୍ରବାସୀମାନେ ଟ୍ରେନରୁ ଓହ୍ଲାଇଥିବା ଜଣାଯାଇଛି । ଉକ୍ତ ଶ୍ରମିକ ଟ୍ରେନଟି ପ୍ରବାସୀଙ୍କୁ ଧରି ଚେନ୍ନାଇରୁ ଖୋର୍ଦ୍ଧାରୋଡ ଯାଉଥିଲା । ତେବେ ଧୂଆଁଳ ଫାଟକ ପାଖରେ ଚେନ ପୁଲିଂ କରି ୪୪ଜଣ ପ୍ରବାସୀ ଟ୍ରେନରୁ ଓହ୍ଲାଇ ଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ