ଅମାନିଆ ବାଇକ୍ ଚାଳକଙ୍କୁ ସାବାଡ୍ କଲା ପ୍ରଶାସନ

ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ମୁଖ୍ୟ ଛକ ଠାରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଅମାନିଆ ବାଇକ୍ ଚାଳକ ମାନଙ୍କୁ ସାବାଡ୍ କରାଯାଇଥିବାର ଦେଖାଯାଇଛି । କରୋନା ଲକ୍ ଡାଉନ୍ ବେଳେ କୌଣସି ଆବଶ୍ୟକ ନଥାଇ ବୁଲାବୁଲି କରୁଥିବା ବାଇକ୍ ଚାଳକ ମାନଙ୍କୁ ପ୍ରଶାସନ ପକ୍ଷରୁ ଅଟକା ଯାଇ ଗାଡି ଗୁଡିକୁ ଜବତ କରାଯାଇଛି । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଆଗରେ ଗାଡି ରଖି ଜନଗହଳି ନକରିବା ପାଇଁ ଲୋକ ମାନଙ୍କୁ ତାଗିଦ୍ କରାଯାଇଛି । ଏହି ଚଢାଉ ବେଳେ ତହସିଲଦାର ଇନ୍ଦିରା ସାହୁ, ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ ଓ ଆଗରପଡା ପୋଲିସ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ