ଅମାନୁଷିକ କାର୍ଯ୍ୟ ଉଦ୍ୟମ ଥାନାରେ ଅଭିଯୋଗ
ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଆମ୍ବଶାଳ ଗ୍ରାମରେ ସ୍ଵାମୀଙ୍କ ବର୍ବରୋଚି କାର୍ଯ୍ୟକୁ ସବୁ ମହଲରେ ନିନ୍ଦା କରାଯାଇଛି । ପ୍ରକାଶ ଥାଉକି ବାଲିକୁଦା ଥାନା ଅନ୍ତର୍ଗତ ଆମ୍ବଶାଳ ପଞ୍ଚାୟତ ନାନିକିପଡା ଗ୍ରାମର ବନବିହାରୀ ପରିଡା୫୭ ନିଜର ପତ୍ନୀଙ୍କ ଉପରେ କିରୋସିନି ଢାଳି ହତ୍ୟା କରିବା ପାଇଁ ଗତ ରାତିରେ ଉଦ୍ୟମ କରିଥିଲେ । ଭାଗ୍ୟ ବସତ ପତ୍ନୀ ବାସନ୍ତୀ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଛନ୍ତି । ପରେ ପରେ ବାସନ୍ତୀର ଭାଇର ସହଯୋଗରେ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ତରଫରୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ହେଲେ ନର ପିପାସୁ ବର୍ତ୍ତମାନ ଫେରାର୍ ଥିବା ଜଣାପଡିଛି ।ଏପରି ନିର୍ଦୟ ସ୍ୱାମୀଙ୍କୁ ସବୁମହଲରେ ନିନ୍ଦା କରାଯାଇଛି ।


