ଅମିତଶାହା ଙ୍କ ଜାମ୍ମୁକାଶ୍ମୀର ଗ୍ରସ୍ତ କୁ ନେଇ ଆତଙ୍କବାଦୀ ଙ୍କ ଶିବିରରେ ଛନକା

ଯୁଗାବ୍ଦ ନ୍ୟୁଜ -ଦେଶର ନୂଆ ଗୃହ ମନ୍ତ୍ରୀ ହେବାପରେ ଅମିତ ଶାହା ଆଜି ଦୁଇ ଦିନିଆ ଜାମ୍ମୁ କାଶ୍ମୀର ଗ୍ରସ୍ତ ରେ ଯାଉଛନ୍ତି । ସେ ଏହି ସମୟରେ କାଶ୍ମୀରରେ ବଢୁଥିବା ଆତଙ୍କବାଦ କୁ କିପରି ରୋକା ଯାଇପାରିବ ଅନୁପ୍ରବେଶ ଉପରେ କିପରି ଲଗାମ ଲାଗିବ ସେ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ । ଏହି ବୈଠକରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଙ୍କ ସହ ସୁରକ୍ଷା ବ୍ୟବସ୍ଥା ସର୍ମ୍ପକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା । ଏହା ଛଡା ସେ ବିଜେପି ର ବରିଷ୍ଠ କର୍ମକର୍ତ୍ତା ଓ ପଞ୍ଚାୟତ ସଦସ୍ୟ ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆତଙ୍କବାଦୀ ବିରେଧରେ ଜିରୋଟୋଲରାନ୍ସ ଜୋନ ଆପଣେଇଥିବା କେନ୍ଦ୍ରସରକାରଙ୍କ ଗୃହ ମନ୍ତ୍ରୀ ଭାବେ କାଶ୍ମୀର ଗ୍ରସ୍ତ କରୁଥିବାରୁ ସାଧାରଣ ଲୋକ ଅନେକ ଆଶା ବାନ୍ଧିଛନ୍ତି କାରଣ ସରକାର ପୂର୍ଣ୍ଣ ସଂଖ୍ୟା ଗରିଷ୍ଠ୍ରରେ ସରକାର ଗଢିଥିବାରୁ ସାଧାରଣ ଜନତା ରୁ ଅନେକ ଆଶା ରଖିଛନ୍ତି ଅମିତଶାହା ଙ୍କ ଠାରୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ