ଅମିତ ସାହାଙ୍କ ଆଶୁ ଆରୋଗ୍ୟ କାମନାକରି ମନ୍ଦିରରେ ପୂଜାପାଠ

ହାଟଡିହି, (ଓ୍ବାଇଏନ୍ଏସ୍):ଭାରତର ଯଶସ୍ୱୀ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ସାହାଙ୍କ ଆଶୁ ଅରୋଗ୍ୟ କାମନାକରି ଆଜି ହାଟଡିହି ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ସଂଯୋଜନାରେ ହାଟଡିହି ହଟକେଶ୍ୱର ମନ୍ଦିରରେ ହୋମଯଜ୍ଞ, ଦ୍ୱୀପ ପ୍ରଜ୍ଜଳନ କରାଯିବା ସହ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବଳଭଦ୍ର ବାରିକ, ହରମୋହନ ଶାସିନି, ଦୀନବନ୍ଧୁ ମହାନ୍ତି, ସୁଶାନ୍ତ ଜେନା, ସୁରେଶ ମହାନ୍ତି, ପବିତ୍ର ମଲ୍ଲିକ, ଦିଲ୍ଲିପ ନାୟକ, ଡମ୍ବରୁଧର ମହାଳିକ, ଜଗତ ଜୀବନ ଦେବତା, କୈଳାଶ ସାମଲ, ଶଶିକାନ୍ତ ରାଉତ, ଟିକି କିସ୍କୁ ପ୍ରମୁଖ ଯୋଗଦେଇ ଅମିତ ସାହାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରଭୂଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ