ଅମିରଙ୍କ ନୂଆ ଲୁକ୍ ମଚାଉଛି ଧୁମ୍
ବଲିଉଡ୍ର ମିଷ୍ଟର ପରକ୍ସେନିଷ୍ଟ ଅମିର ଖାନ ଆଜିକାଲି ନିଜ ଆଗାମୀ ସିନେମା ‘ଲାଲ ସିଂ ଚଢ଼ା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ଏହି ଫିଲ୍ମର ଶୁଟିଂ ସେଟ୍ରୁ ୩ଟି ଲୁକ୍ ସାମ୍ନାକୁ ଆସିଥିଲା। ଏହି ସବୁ ଫଟୋରେ ଅମିର ଖାନ ବଡ଼ ବଡ଼ କେଶ ଦାଢ଼ିରେ ନଜର ଆସିଛନ୍ତି। କିନ୍ତୁ ଏବେ ଅମିରଙ୍କ ଯେଉଁ ନୂଆ ଲୁକ୍ ସାମ୍ନାକୁ ଆସିଛି, ତାଙ୍କୁ ଚିହ୍ନିବା ମୁସ୍କିଲ ଅଟେ।
ଅମିରଙ୍କ ଏହି ଫିଲ୍ମ ‘ଲାଲ ସିଂ ଚଢ଼ା’କୁ ନେଇ ଦର୍ଶକଙ୍କ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମରେ ଅମିରଙ୍କ ଚରିତ୍ରକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ସେହିପରି ଅମିରଙ୍କ ଫୌଜି ଅବତାର ସୋସାଲ ମିଡିଆରେ ଧୁମ୍ ମଚାଉଛି। ଅମିରଙ୍କ ଆଉ କେତେକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଖୁବ୍ ପତଳା ଦେଖାଯାଉଥିବାବେଳେ କ୍ଲି୍ନ୍ ଶେଭ୍ଡ ଲୁକ୍ରେ ନଜର ଆସୁଛନ୍ତି। ସେ ବର୍ଦି ପିନ୍ଧିଥିବା ଦେଖିବାକୁ ମିଳୁଛି।
ଏଥିରୁ ସ୍ପଷ୍ଟ ହେଉଛି ଯେ ‘ଲାଲ ସିଂ ଚଢ଼ା’ରେ ଅମିର ଅନେକ ଗୁଡ଼ିଏ ଲୁକ୍ରେ ନଜର ଆସିବାକୁ ଯାଉଛନ୍ତି। ତାଙ୍କର ଏହି ଫଟୋ ସୋସାଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ଅମିର ଜଣେ ପ୍ରଶଂସକଙ୍କ ସହିତ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ସେହିପରି ଭାଲେଣ୍ଟାଇନ୍ ଡେ’ ଅବସରରେ ଫିଲ୍ମରେ କରୀନା କପୁର ଖାନଙ୍ ଲୁକ୍ ସାମ୍ନାକୁ ଆସିଥିଲା। ସୂଚନାଯୋଗ୍ୟ ଯେ ଫିଲ୍ମ ‘ଲାଲ ସିଂ ଚଢ଼ା’ ୧୯୯୪ରେ ରିଲିଜ୍ ହୋଇଥିବା ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ ଅଫିସିଆଲ ହିନ୍ଦୀ ରିମେକ୍ ଅଟେ। ଓରିଜିନାଲ ଫିଲ୍ମରେ ହଲିଉଡ୍ ସୁପରଷ୍ଟାର ଟମ୍ ହ୍ୟାକ୍ସ ନଜର ଆସୁଥିଲେ। ଏହି ଫିଲ୍ମ ଅନେକ ଗୁଡ଼ିଏ କାଟିଗରିରେ ଓସ୍କାର ଜିତିଥିଲା। ସେହିପରି ‘ଲାଲ ସିଂ ଚଢ଼ା’ ସିନେମାର ନିର୍ଦେଶନା ଅଦ୍ବୈତ ଚନ୍ଦନ ଦେଉଛନ୍ତି।