ଅମୀୟ କୁମାର ସାହୁ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ

ଛତ୍ରପୁର : ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭାବେ ଅମୀୟ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସାହୁ ଏହା ପୂର୍ବରୁ କଟକ ଜିଲ୍ଲାର ଆଠଗଡ଼ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କର ପଦୋନ୍ନତି ହୋଇ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୧୯୯୭ ବେଚ୍ ର ଓଏଏସ୍ ଅଫିସର ଅଟନ୍ତି । ସାହୁ ପୂର୍ବରୁ ଯାଜପୁର, ଖୋର୍ଦ୍ଦା, ମାଲକାନଗିରି ସମେତ ବହୁ ଜିଲ୍ଲାରେ କାର୍ଯ୍ୟ କରି ସୁଚାରୁ ରୂପେ ଦାୟିତ୍ୱ ତୁଲାଇ ଆସିଛନ୍ତି । ପୂର୍ବରୁ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ରହିଥିବା ବେଳେ ଡ଼ିସେମ୍ବର ୭ରେ ତାଙ୍କର ବଦଳି ଭୁବନେଶ୍ୱର ହୋଇଥିବା ବେଳେ ଏହି ପଦବି ବହୁ ଦିନ ଧରି ଖାଲି ପଡ଼ିଥିଲା । ନୂତନ ଭାବେ ଦାୟିତ୍ୱ ଗ୍ରହଣ କରି ଶ୍ରୀ ସାହୁ କହିଥିଲେ ଯେ, ଜିଲ୍ଲାର ରାଜସ୍ୱ ବିଭାଗର ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ