ଅମୁଲ୍ୟ ସାର୍ ଙ୍କ ସ୍ମୃତି ରେ ରକ୍ତଦାନ ଶିବିର
ବେଲଗୁଣ୍ଠା,(ଶିବରାମ ଚୈାଧୁରୀ) : କ୍ଷତ୍ରିୟ ବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ପୁର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଅମୁଲ୍ୟ ଦାସଙ୍କ ଜନ୍ମ ତିଥିରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏକ ରକ୍ତ ଦାନ ଶିବିର ମହାବିଦ୍ୟାଳୟ ର ପୁରାତନ ଛାତ୍ର ସଂଘ ,ଯୁବ ରେଡ୍ କ୍ରସ, ରେଡ୍ ରିବନ୍ କ୍ଳବ ଓ ରୋଭର ସ୍କାଉଟର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରକୁ ପ୍ରାଧ୍ୟାପକ ଡଃ ପ୍ରଦୀପ କୁମାର ତ୍ରିପାଠୀ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ ।ଏହି ରକ୍ତ ଦାନ ଶିବିର ରେ ୪୫ ଜଣ ରକ୍ତ ଦାତା ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ ।ପୁରାତନ ଛାତ୍ର ସଂଘର ସଭାପତି ଗୋରାଚାନ୍ଦ ସ୍ୱାଇଁ ପ୍ରଥମେ ରକ୍ତଦାନ କରିଥିବା ବେଳେ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ବି.ଗୋବିନ୍ଦ ରାଓ।ଏହାକୁ ପରିଚାଳନା କରିଥିଲେ ।ରକ୍ତ ସଂଗ୍ରହ ରେ ଭଞ୍ଜନଗର ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରିଣୀ ସଦସ୍ୟା ଆରତୀ ପାତ୍ର, ଚିନ୍ମୟ ପୋଲାଇ, ରମେଶ ଚନ୍ଦ୍ର ସାହୁ, ବିଭୁପାଦ ଜେନା, ସନ୍ତୋଷ ବିଷୋୟୀ,ସନ୍ତୋଷୀ ପରିଡା, ଅଜୟ କୁମାର ସାହୁ,ମୁନୀନ୍ଦ୍ର ପରିଡା,ଗୋପାଳ କୃଷ୍ଣ ସ୍ୱାଇଁ ଏବଂ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ କୁଞ୍ଜ ବିହାରୀ ନାୟକ, ତାରିଣୀ ଚରଣ ପୃଷ୍ଟି,ଭାରତୀ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିବା ବେଳେ ଅମୁଲ୍ୟ ଦାସଙ୍କ କନିଷ୍ଠ ଭ୍ରାତା ଅଭିନାଶ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


