ଅମୂଲ୍ୟାଙ୍କର ରହିଛି ନକ୍ସଲ୍ ଗତିବିଧି: ବି ଏସ୍ ୟେଦିୟୁରପ୍ପା
ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ସିଏଏ ବିରୋଦ୍ଧରେ ଆୟୋଜିତ ହୋଇଥିବା ବେଳେ ବିଶାଳ ରାଲିରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇ ଅମୁଲ୍ୟା ଲେଓନାଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ସେ କହିଛନ୍ତି ଅମୁଲ୍ୟାଙ୍କର ନକ୍ସଲ ଗତିବିଧି ଉପରେ ନଜର ରହିଛି । ସୂଚନାଯୋଗ୍ୟ, ଅମୂଲ୍ୟା ଲେଓନାଙ୍କୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜାମିନ୍ ଦେଇନାହାନ୍ତି। ତେଣୁ ତାଙ୍କୁ ତିନି ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ଅମୂଲ୍ୟା ଲେଓନା ନାମକ ସେ ଯୁବତୀଙ୍କୁ ସୋମବାର ଦିନ ସ୍ଥାନୀୟ ଅଦାଲତରେ ହାଜର କରାଯିବ। ତାଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪-ଏ ଆଧାରରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ଦିନ ‘ଏଆଇଏମ୍ଆଇଏମ୍ର ମୁଖ୍ୟ ଅସାଦୁଦ୍ଦିନ୍ ଓଓ୍ଵାସୀଙ୍କ ଦ୍ୱାରା ଆୟୋଜିତ ‘ସିଏଏବିରୋଧୀ ରାଲିରେ ଅମୂଲ୍ୟା ପାକିସ୍ତାନ ଜିନ୍ଦାବାଦ୍ ‘ ସ୍ଲୋଗାନ୍ ଦେଇଥିଲେ। ଅମୂଲ୍ୟାଙ୍କ ଘର କର୍ଣ୍ଣାଟକର ଚିକ୍ମାଗାଲୁର ଅଞ୍ଚଳରେ। ଅମୂଲ୍ୟାଙ୍କର ଏଭଳି କାର୍ୟ୍ୟକୁ ତାଙ୍କ ବାପା ନାପସନ୍ଦ କରି କହିଛନ୍ତି ଯେ ‘ସିଏଏ’ ବିରୋଧୀ ର୍ୟାୟଲିରେ ତାଙ୍କ ଝିଅ ଯାହା କହିଛି ତାହା ସମ୍ପୂର୍ଣ୍ଣ ଭୁଲ୍। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଓଓ୍ଵାସି କହିଛନ୍ତି ,\’ଯେ ମୁଁ ଏଭଳି କାର୍ୟ୍ୟକୁ ନିନ୍ଦା କରୁଛି। ମୁଁ ମଧ୍ୟ ଜାଣିନି, ଏ ଯୁବତୀ କିଏ। ସେତେବେଳେ ତୁରନ୍ତ ତାଙ୍କ ପାଖକୁ ଧାଇଁ ଯାଇ କହିଥିଲି ଯେ ଏ ଭଳି ବାଜେ କଥା ମୁଁ ସହ୍ୟ କରିପାରିବି ନାହିଁ। ଏହା ପରେ ପୁଲିସ ଆସି ତାଙ୍କୁ ନେଇ ଯାଇଥିଲା ।