ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମାଳଦା ବଜାର ସ୍ଥିତ ଅନନ୍ତ ଗୋପାଳ ଟିଉଟୋରିଆଲ ପକ୍ଷରୁ ସ୍ଵାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅବସରପ୍ରାପ୍ତ ଶିକ୍ଷକ ପ୍ରିତିକାନ୍ତ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଭାଗିରଥୀ ଵେହୁରିଆ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଖବର ଦାତା ରାଜେନ୍ଦ୍ର ଶତପଥି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ଉମାକାନ୍ତ ନାୟକ, ଶିକ୍ଷାବିତ ନୃସିଂହ ସାମଲ, କେଶବ ଚନ୍ଦ୍ର ସାହୁ, ନରେନ୍ଦ୍ର କର, ନବକିଶୋର ପରିଡା, ଯଦୁନାଥ ଦାସ, ପ୍ରଭାତ କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିଥି ମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।ଶିକ୍ଷକ ଦେବେନ୍ଦ୍ର ଜେନା ସ୍ଵାଗତ ଭାଷଣ, ଅସିତ ରାଉତ ଆଭିମୁଖ୍ୟ ପ୍ରଦାନ, ମୃତ୍ୟୁଞ୍ଜୟ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନନ୍ୟା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।


