ଅମୃତ ମହୋତ୍ସବ ପାଳନ ଅବସରରେ ୪୦ ଫୁଟ ଉଚ୍ଚ ପତାକା ସ୍ତମ୍ଭ ଉଦଘାଟନ କଲେ ଜିଲ୍ଲାପାଳ
ମୋହନା, (ଅଂଶୁମାନ ପଣ୍ଡା):୭୫ ବର୍ଷ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ଗଜପତି ଜିଲ୍ଲା ମାହେନ୍ଦ୍ରଗଡ଼ ସ୍ଥିତ ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟାଳୟରେ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ପତାକା ସ୍ତମ୍ଭକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ ଉଦଘାଟନ କରିବା ସହ ୧୫ ଫୁଟ ଲମ୍ବା ଓ ୧୦ ଫୁଟ ତ୍ରିରଙ୍ଗା ପତଳାକୁ ଉତ୍ତୋଳନ କରିଥିଲେ। ଚନ୍ଦ୍ରଗିରି ଓ ଜିରାଙ୍ଗ ଅଂଚଳ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଏହା ଏକ ପର୍ଯ୍ୟଟନ ସ୍ଥଳୀ ଥିବା ବେଳେ ଏହି ଅଞ୍ଚଳରେ ବୌଦ୍ଧ ମନ୍ଦିର ସମେତ ବିଭିନ୍ନ ଧର୍ମାବକମ୍ବୀ ଲୋକେ ବସବାସ କରୁଥିବାରୁ ଆଗକୁ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ଦୃଷ୍ଟିରେ ରଖି ଜିଲ୍ଳାର ସର୍ବୋଚ୍ଚ ସ୍ଥାନରେ ଏହି ସ୍ତମ୍ବକୁ ଶୁଭାରମ୍ଭ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଳା ପ୍ରକଳ୍ପ ନିର୍ଦେଶକ, ପିଏ ଆଇଟିଡ଼ିଏ ଫାଲଗୁନି ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ ରଥ ଓ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନଗେନ୍ଦ୍ର ମହାରଣା, ବୌଦ୍ଧ ଧର୍ମ ର ଗୁରୁଜୀ, ମହିଳା ମଣ୍ଡଳ, ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।