ଅମୃତ ମହୋତ୍ସବ ପାଳନ ଅବସରରେ , ବସ୍ତିରେ ସ୍ୱାଧିନତାର ଉଚ୍ଛାସ ପ୍ରତିଯୋଗିତା
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଏନଏସି ପକ୍ଷରୁ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ସହରରେ ଥିବା ବସ୍ତି ଗୁଡିକରେ ସ୍ୱାଧିନତାର ଉଚ୍ଛାସ ଭଳି କାର୍ଯ୍ୟକ୍ଷମ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରାଯାଇଛି । ଏହିଅବସରରେ ଆଜି ଛତ୍ରପୁର ଏନଏସିର ୩ ନଂ ୱାର୍ଡର ମେଟା କଲୋନୀ ସ୍ଥିତ ବିଜୁ ଆଦର୍ଶ କଲୋନୀ ଏବଂ ୯ନଂ ୱାର୍ଡର ନୁଆ ସାହି ସ୍ଥିତ ବିଜୁ ଆଦର୍ଶ କଲୋନୀରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛୋଟ ଛୋଟ ପୁଅ/ଝିଅ ସଙ୍ଗିତ,ଡ୍ୟାନ୍ସ,ଚିତ୍ର ଆଦି ବିଭିନ୍ନ ପ୍ରତିଯୋଗିତା ଅଶଂ ଗ୍ରହଣ କରିଥିବା ବେଳେ ମହିଳାମାନେ ମ୍ୟୁଜିକ ଚ୍ୟାର ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,ଉପାଧ୍ୟକ୍ଷ ଜି.ପାପା ରାଓ, ୯ନଂ ୱାର୍ଡର କାଉନସିଲର ପ୍ରିତିଛନ୍ଦା ସାମଲ,ଏନଏସି ନିର୍ବାହି ଅଧିକାରୀ ଉମାକାନ୍ତ ନାୟକ,କନିଷ୍ଠଯନ୍ତ୍ରୀ ଜୋସ୍ନାମୟୀ ଜେନା,ଶ୍ରୀମନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ସିଇଓ ଗାୟତ୍ରୀ ସାମଲ ପରିଚାଳନା କରିଥିଲେ ।