ଅମ୍ପନରେ ୪୫ ଲକ୍ଷ ପ୍ରଭାବିତ

ଭୁବନେଶ୍ୱର: ଅମ୍ପନ ଯୋଗୁଁ ରାଜ୍ୟରେ ୪୫ ଲକ୍ଷ ପ୍ରଭାବିତ ପ୍ରଭାବିତ ହୋଇଛନ୍ତି । ଅମ୍ପନ ପରର ସ୍ଥିତି ସମ୍ପର୍କରେ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏନେଇ ସେ କ୍ୟାବିନେଟ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ ଅମ୍ପନରେ ଓଡ଼ିଶାର ୮୯ଟି ବ୍ଲକ ପ୍ରଭାବିତ ହୋଇଛି । ୧୫୦୦ ପଞ୍ଚାୟତର ୪୪ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଗମନାଗମନ ଆଜି ସୁଦ୍ଧା ସ୍ୱାଭାବିକ ହୋଇଯିବ । ସେସୁ ଅଞ୍ଚଳରେ ଦିନେ/ ଦି’ ଦିନରେ ବିଜୁଳି ପୁନଃସଂଯୋଗ କରାଯିବ । ଆଜି ସନ୍ଧ୍ୟା ସୁଦ୍ଧା ୮୦% ବିଦ୍ୟୁତ ସଂଯୋଗ ଦିଆଯିବ । ୨ ଦିନ ଭିତରେ କୃଷି ଜନିତ କ୍ଷୟକ୍ଷତି ଆକଳନ କରାଯିବ ବୋଲି ସେ କହିଛନ୍ତି ।
ଅମ୍ପନର କମ୍ପନରେ ଉପକୂବର୍ତ୍ତୀ ଜିଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲା ଅଧିକ ପ୍ରଭାବିତ ହୋଇଛି। ପାରାଦ୍ବୀପ, ଏରସମା, ଢିଙ୍କିଆ ସମେତ କେନ୍ଦ୍ରାପଡ଼ା ଜିଲାର ତାଳଚୁଆ, ରାଜନଗର, ମହାକାଳପଡ଼ା, ସାତଭାୟା, ଭଦ୍ରକର ଚାନ୍ଦବାଲି, ତିହିଡ଼ି, ଭୋଗରାଇ ଆଦି ଉପକୂଳବତ୍ତର୍ତ୍ତୀ ଅଞ୍ଚଳରେ ବାତ୍ୟାର ଭୀଷଣ ପ୍ରଭାବ ପରିଲକ୍ଷିତ ହୋଇଛି। କେଉଁଠି ଫସଲ ଉଜୁଡ଼ିଯାଇଛି ତ କେଉଁଠି ରାସ୍ତାଘାଟରେ ବଡ଼ ବଡ଼ ଗଛ, ବିଦ୍ୟୁତ୍‌ ଖୁଣ୍ଟି ଉପୁଡ଼ିପଡ଼ିଛି। ଢିଙ୍କିଆ ଓ ଅନ୍ୟାନ୍ୟ ସ୍ଥାନରେ ପାନବରଜ ନଷ୍ଟ ହୋଇଛି, ଉଦ୍ୟାନକୃଷି ବ୍ୟାପକ ଭାବେ ପ୍ରଭାବିତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ