‘ଅମ୍ଫନ୍’ କୋଭିଡ୍‌ଠାରୁ ବଡ଼ ବିପଦ: ମମତା

କୋଲ୍‌କାତା: କୋଭିଡ୍-୧୯ ଭୂତାଣୁ ସଂକ୍ରମଣ ସମଗ୍ର ବିଶ୍ୱରେ ଜାରି ରହିଥିବା ବେଳେ ଭାରତରେ ମଧ୍ୟ କୌଣସି ବ୍ୟତିକ୍ରମ ଘଟିନାହିଁ। ଦେଶରେ ଲକ୍ଷେରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇସାରିଛନ୍ତି। ପଶ୍ଚିମବଙ୍ଗରେ ଏହି ଭୂତାଣୁ ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଥିବା ବେଳେ ବୁଧବାର ମହାବାତ୍ୟା ‘ଅମ୍ଫନ୍’ ବୋଝ ଉପରେ ନଳିତା ବିଡ଼ା ସାବ୍ୟସ୍ତ ହୋଇଛି। ‘ଅମ୍ଫନ୍’ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ସୁନ୍ଦରବନଠାରେ ଲ୍ୟାଣ୍ଡଫଲ୍ କରିବା ଫଳରେ ୧୮୫ କିମିରୁ ଊର୍ଦ୍ଧ୍ୱ ବେଗରେ ପବନ ବହିବାରୁ ବହୁତ ଧନଜୀବନ ନଷ୍ଟ ହୋଇଛି। ଫଳରେ ରାଜ୍ୟରେ ବ୍ୟାପକ ଧନଜୀବନ ହାନି ଘଟିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଅମ୍ଫନ୍’ କୁ କୋରୋନାଠାରୁ ବି ବଡ଼ ବିପଦ ବୋଲି କହିଛନ୍ତି। ରାଜ୍ୟରେ ଅମ୍ଫନ ଯୋଗୁଁ ଯେଉଁ କ୍ଷତି ଘଟିଛି, ତାହାର ଆକଳନ କରିବାକୁ ଅତି କମ୍‌ରେ ୪ ଦିନ ସମୟ ଲାଗିବ। ତେଣୁ ଅମ୍ପନ୍ ରାଜ୍ୟରେ କ’ଣ କ୍ଷୟକ୍ଷତି ଘଟାଇଛି, ତାହା ଏଥିରୁ ଅନୁମେୟ ବୋଲି ମମତା କହିଛନ୍ତି। ମମତା କହିଛନ୍ତି ଯେ ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, ହାଓ୍ୱଡା, କୋଲକାତା, ପଶ୍ଚିମ ମିଦନାପୁର, ପୂର୍ବ ମିଦନାପୁର, ପୁରୁଲି ବାଙ୍କୁରା ଆଦି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ମୋଟାମୋଟି କହିବାକୁ ଗଲେ, ପଶ୍ଚିମବଙ୍ଗର ଦକ୍ଷିଣାଞ୍ଚଳ ପୂରାପୂରି ଛିନଛତ୍ର ହୋଇଯାଇଛି। ଏପରି ଅଘଟଣ ସମୟରେ କେନ୍ଦ୍ର ସରକାର କୌଣସି ପ୍ରକାର ରାଜନୀତି ନ କରି ତୁରନ୍ତ ଆବଶ୍ୟକ। ସହାୟତା ଯୋଗାଇ ଦେବାକୁ ମମତା ଦାବି କରିଛନ୍ତି ନବନ୍ନାସ୍ଥିତ ରାଜ୍ୟ ସଚିବାଳୟସ୍ଥିତ କଣ୍ଟ୍ରୋଲ୍ ରୁମ୍‌ରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ‘ଅମ୍ପନ୍’ର ଗତିବିଧିକୁ ଲକ୍ଷ୍ୟ କରିଆସିଥିବା ମମତା ଗୋଟିଏ ପଟେ ରାଜ୍ୟ କୋଭିଡ୍-୧୯ ପରିପ୍ରେକ୍ଷୀରେ ପ୍ରବାସୀ ଶ୍ରମିକ ସମସ୍ୟା ସହ ଯୁଝୁଥିବା ବେଳେ ଏବେ ଏପରି ପ୍ରାକୃତିକ ଦୁର୍ବିପାକ ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ