ଅମ୍ଫାନ ବାତ୍ୟା ସମୟରେ ଶୌଚ ହେବାକୁ ଯାଇ ସାମ୍ବାଦିକ ଗୁରୁତ୍ତର ଆହତ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଗତ ୨୦ତାରିଖ ଅମ୍ଫାନ ବାତ୍ୟା ସମୟରେ ଶୈାଚ ହେବାକୁ ଯାଇଥିବା ବେଳେ ବାତ୍ୟାର ପ୍ରବଳ ପବନରେ ପଡିଯିବାରୁ ଜନୈକ ସାମ୍ବାଦିକଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ରାଜନଗର ବ୍ଲକର ଧରିତ୍ରୀ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଭାଷ୍କର ଚନ୍ଦ୍ର ରାଉତରାୟ ଗତ ୨୦ତାରିଖ ଅମ୍ଫାନ ବାତ୍ୟା ସମୟରେ ବାହାରକୁ ଶୌଚ ହେବାକୁ ଆସିଥିବା ବେଳେ ବାତ୍ୟା ପବନରେ ପଡିଯିବାରୁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ସାମ୍ବାଦିକ ଶ୍ରୀ ରାଉତରାୟଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଙ୍ଘର ଜିଲ୍ଲା ସଭାପତି ଚିତ୍ତରଞ୍ଜନ ଦାସ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।


