ଅମ୍ଫାନ ଯୋଗୁ ମୟୂରଭଂଜ ଜିଲ୍ଲାର ବିଭିନ୍ନ ଅଂଚଳରେ ବର୍ଷା
ରାଇରଙ୍ଗପୁର (ଓ୍ବାଇଏନ୍ଏସ୍) : ଅମ୍ଫାନ’ ଯୋଗୁ ମୟୂରଭଂଜ ଜିଲ୍ଲାର ବିଭିନ୍ନ ଅଂଚଳରେ ବ୍ୟାପକ ବର୍ଷା, ବହୁ ଅଂଚଳ ପ୍ରଭାବିତ ରାଇରଙ୍ଗପୁର-୧୯୯୯ ମସିହା ଅକ୍ଟୋବର ୨୯ ମସିହା ମହାବାତ୍ୟାର ୨୧ ବର୍ଷ ପରେ ପୁଣି ଥରେ ବଙ୍ଗୋପସାଗରରେ ବାତ୍ୟାର ଭୟଙ୍କର ରୂପ ସୃଷ୍ଟି ହୋଇଛି । ଏହାରି ପ୍ରଭାବରେ ମଙ୍ଗଳବାର ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇଥିଲା । ଏହାର ପ୍ରଭାବରେ ପାଣିପାଗ ସୂତ୍ରରୁ ସକ ୮ଟାରୁ ଅପରାହ୍ନ ୫ଟକ ପର୍ୟ୍ୟନ୍ତ ମୟୂରଭଂଜ ଜିଲ୍ଲାର ବିଭିନ୍ନ ବ୍ଲକରେ ତଥା ବଡ଼ସାହିରେ ୨୬ ମିମି, ବାଙ୍ଗିରିପୋଷିରେ ୧୦୧.୪, ବାରିପଦା ୯୨, ବେତନଟି, କୁଳିଅଣା ୧୩, ମୋରଡ଼ା ୭୪, ରାସଗୋଵିନ୍ଦପୁର ୭୯, ସାରସକଣା ୬୩, ଶାମାଖୁଣ୍ଟା ୮୨, ଶୁଳିଆପଦା ୯୪.୨, ଗୋପବନ୍ଧୁ ନଗର ୬୨, କପ୍ତିପଦା ୨୭, ଖୁଣ୍ଟା ୬୨, ଉଦଳା ୨୦, ଯଶିପୁର ୬୨, କରଂଜିଆ ୨୬, ରରୁଆଁ୧୦, ଶୁକ୍ରୁଳି ୩୦, ଠାକୁରମୁଣ୍ଡା ୯, ବହଳଦା ୫୨.୪, ବିଜାତଳା ୫୧, ବିଶୋଇ ୧୧୨, ଜାମଦା ୪୬, କୁସୁମି ୨୫, ରାଇରଙ୍ଗପୁର ୪୮ଏବଂ ତିରିଂ୪୮ ମିମି ସମେତ ସମୁଦାୟ ଜିଲ୍ଲାରେ ୧୫୧୮ ତିମି ବର୍ଷା ହେବା ସହ ହାରାହାରି ଜିଲ୍ଲା ୫୮.୨ ତିମି ବର୍ଷା ହୋଇଛି । ଜିଲ୍ଲାର ବିଭିନ୍ନ ଅଂଚଳରେ ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସହ ଘରଦ୍ୱାର ନଷୂ ହୋଇଥିବା ସୂଚନା ମିଳିଛି ।


