ଅଯୋଧ୍ୟାରେ ଶ୍ରୀରାମ ଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଅଯୋଧ୍ୟାରେ ଶ୍ରୀରାମ ଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ବନ୍ତ ବ୍ଲକ ବସନ୍ତିଆ ବଜାରରେ ନିଧି ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଓଡିଶା ତଥା କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ପଞ୍ଚାନନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବନେତା ସୂର୍ଯ୍ୟକାନ୍ତ ପଣ୍ଡା, ସୁକାନ୍ତ ବେହେରା, ଧିରେନ୍ଦ୍ର ମଲ୍ଲିକ, ବାମଦେବ ଦାସ, ଅମୂଲ୍ୟ ମହାପାତ୍ର, ସୁଧାକର ଧଳ, ଗୌରୀଶଙ୍କର ଦାସ, ଲକ୍ଷ୍ମୀଧର ପାଗଳ, ଦୀପକ କୁମାର ପଣ୍ଡା, ମୂରଲୀ ଓଝା, ଲକ୍ଷ୍ମୀ ବେହେରା, ଶୁଭମ୍ ପଣ୍ଡା, ସୀତାକାନ୍ତ ପଣ୍ଡା, ମାନସ ପଣ୍ଡା ଯୋଗ ଦେଇଥିଲେ ।