ଅଯୋଧ୍ୟା ଠାରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଗଜପତିରୁ ଅକ୍ଷତ କଳସ ଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ସାରା ଦେଶରେ ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ରକୁ ଏକ ଯାତ୍ରା ବାହାରି ଥିବା ବେଳେ ତାହା ଗଜପତିର ରାୟଗଡ଼ରେ ପହଞ୍ଚିଛି। ଉକ୍ତ କଳସ ଗଜପତି ଜିଲ୍ଲାର ପ୍ରତି ଗାଁରେ ପରିକ୍ରମା କରିବ। ଏହି ଅବସରରେ ରାୟଗଡ଼ରେ ମଧ୍ଯ ପହଞ୍ଚିଥିଲା ଅକ୍ଷତ କଳସ। ବ୍ଲକ ଛକ ଠାରେ ବନ୍ଦାପନା କରି ସଂକୀର୍ତ୍ତନ କରି ଏକ ଶୋଭାଯାତ୍ରାରେ ଅଣାଯାଇ ଜଗନ୍ନାଥ ମନ୍ଦିରରେ ରଖାଯାଇଥିଲା। ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଦେଶବାସୀ ପ୍ରତ୍ୟେକ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅଂଶ ଗ୍ରହଣ କରି ପାରିବେ ଏହାକୁ କଳ୍ପନା କରି ପ୍ରତ୍ୟେକ ପାରିବାର ପାଖରେ ଯେପରି ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣ ପତ୍ର ପାଇ ପାରିବେ ବୋଲି ନିମନ୍ତ୍ରଣ ପତ୍ର ସହ, ଅକ୍ଷତ କଳସ ଯାତ୍ରା କରଯାଇଛି। ଆସନ୍ତା ବୁଧବାର ଦିନ ଅଞ୍ଚଳବାସୀଙ୍କୁ ବୈଠକ ଡକାଯାଇ ପ୍ରତି ଘରେ ଘରେ ଯେମିତି ନିମନ୍ତ୍ରଣ ପତ୍ର ପହଞ୍ଚିବ ତାରି ଉପରେ ଆଲୋଚାନା କରାଯିବ ବୋଲି ବ୍ଲକ ସଂଯୋଜକ ପ୍ରସାଦ ଘଡାଇ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ