ଅଯୋଧ୍ୟା ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇ ୯୯ ଗିରଫ
ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇ ମାମଲାର ଫଇସଲା କରିଥିଲେ । ଏହା ପରେ ଅଯୋଧ୍ୟା ମାମଲାରେ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ କୈାଣସି ବିବାଦୀୟ ମନ୍ତବ୍ୟ ନଦେବା ନିମନ୍ତେ ସୁପ୍ରିମକୋର୍ଟ ଜାରୀ କରିଥିଲେ । କିନ୍ତୁ ଫେଶବୁକ୍ ଭଳି ସୋସିଆଲ ମିଡିଆ ଆଦି ବିଭିନ୍ନ ସୋସିଆଲ ମିଡିଆରେ ଅଯୋଧ୍ୟା ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଉତ୍ତରପ୍ରଦେଶ ପୋଲିସ ୯୯ ଜଣଙ୍କୁ ଗିରଫ କରିଥିବା ବେଳେ ୬୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ସେହିପରି ମଙ୍ଗଳବାର ସୁଦ୍ଧା ରାଜ୍ୟ ପୋଲିସ ତରଫରୁ ୧୩ ହଜାର ୧୬ ଟି ମାମଲାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜଣାପଡିଥ୍ôବା ବେଳେ ସେହିପରି ସୋସିଆଲ ମିଡିଆ ସାଇଟରୁ ବିବାଦୀୟ ମନ୍ତବ୍ୟ ଗୁଡିକୁ ହଟାଇ ଦିଆଯାଇଥିବା ରାଜ୍ୟ ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁଚନା ମିଳିଛି ।


