ଅଯୋଧ୍ୟା ରାମ ମନ୍ଦିର ଅକ୍ଷତ କଳସ ଯାତ୍ରା ଶୁଭାରମ୍ଭ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲାର ପ୍ରତି ଗାଁରେ ପରିକ୍ରମା କରିବ ଅଯୋଧ୍ୟା ରାମ ମନ୍ଦିର ଅକ୍ଷତ କଳସ l ଶନିବାର ମୋହନା ବ୍ଳକ ମାଣିକପୁର ହନୁମାନ ମନ୍ଦିରରେ ଏହି ଯାତ୍ରାର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ଦେବି ମଠ ମହନ୍ତ ରମାନନ୍ଦ ଦାସ, ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ସମରସତା ପ୍ରମୁଖ ତରଣୀ ସେନ ଦାସ, ଜିଲ୍ଲା ସଭାପତି କୈଳାଶ ଚନ୍ଦ୍ର ଗୌଡ଼, ଆରଏସଏସ ସହ ପ୍ରାନ୍ତ ଶାରୀରିକ ପ୍ରମୁଖ ଅଶୋକ ରଣଜିତ, ବରିଷ୍ଠ ଅଧିକାରୀ ଅନାଦି ପାଣିଗ୍ରାହୀ, ଜିଲ୍ଲା କାର୍ଯ୍ୟବାହ ଅମୁଲ୍ୟ ପାତ୍ର, ସହ ଜିଲ୍ଲା କାର୍ଯ୍ୟବାହ ପ୍ରଶାନ୍ତ ସୁବୁଦ୍ଧି, ସମାଜସେବି ନିରଞ୍ଜନ ପାଣିଗ୍ରାହୀ, ଶିବରାମ ସୁଆର, କୈଳାଶ ରଣଜିତ, ନରେନ୍ଦ୍ର ଜାନି ଓ ନାରାୟଣ ରଇତ ପ୍ରମୁଖ ଯୋଗଦେଇଥିଲେ l ଆସନ୍ତା ୨୨ ତାରିଖ ଦିନ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ହେବ l ତେଣୁ ଅଯୋଧ୍ୟା ରୁ ଆସିଥିବା ଏହି ଅକ୍ଷତ କଳସ ଗାଁ ଗାଁ ରେ ପହଞ୍ଚିବ ବୋଲି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ