ଅଯୋଧ୍ୟା ଶୁଣାଣି ଶେଷ ପର୍ଯ୍ୟାୟରେ ଉଭୟ ପକ୍ଷର ଦଲିଲ୍ ଉପସ୍ଥାପନ ସରିଲା,ଶୁଣାଣିର ଶେଷ ତାରିଖ ନଭେମ୍ବର ୧୭

ଲକ୍ଷେ୍ନø : ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍ ଜମି ବିବାଦ ମାମଲାରେ ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ଆସିବା ସମ୍ଭାବନା ଥିବାରୁ ଏହାର ଅବ୍ୟବହିତ ପୂର୍ବରୁ ଅଯୋଧ୍ୟାରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ ହୋଇଛି । ଆଜି ମୁସଲିମ ପକ୍ଷର ଦଲିଲ୍ ଉପସ୍ଥାପନ ଶେଷ ହୋଇଛି । ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷରୁ ଦଲିଲ ଉପସ୍ଥାପନ ସରିଥିବାରୁ ଏବେ ଶୁଣାଣି ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟାରେ ୧୪୪ ଧାରା ଜାରି ହୋଇଛି ଏବଂ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଅଯୋଧ୍ୟା ଜିଲ୍ଲାପାଳ ଅନୁଜ କୁମାର ଝା କହିଛନ୍ତି, ଅଯୋଧ୍ୟାର ସମସ୍ତ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଅଯୋଧ୍ୟା ଗସ୍ତ କରୁଥିବା ଲୋକମାନଙ୍କ ସୁରକ୍ଷାକୁ ନଜରରେ ରଖି ପରବର୍ତ୍ତୀ ସମୟରେ ଏଥିରେ ସଂଶୋଧନ ମଧ୍ୟ ଅଣାଯିବ ବୋଲି ସେ କହିଛନ୍ତି । ଅଯୋଧ୍ୟାରେ ଡ୍ରୋନ୍ ବ୍ୟବହାର ଏବଂ ଫିଲ୍ମ ସୁଟିଂ ଉପରେ ମଧ୍ୟ କଟକଣା ଲାଗିଛି । ଜିଲ୍ଲା ଅଧିକାରୀଙ୍କ ବିନା ଅନୁମତିରେ ଅଯୋଧ୍ୟାରେ ବାଣ କିଣାବିକା ହୋଇପାରିବ ନାହିଁ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।
ଶୁଣାଣି ପ୍ରକ୍ରିୟା ଅକ୍ଟୋବର ୧୭ରେ ଶେଷ ହେବାକୁ ଥିବାରୁ ଏହାକୁ ସ୍ୱାଗତ କରି ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହାନ୍ତ ନୃତ୍ୟ ଗୋପାଳ ଦାସ କହିଛନ୍ତି, ଏବେ ଶୁଭ ମୁହୂର୍ତ୍ତ ଆସିଯାଇଛି । ରାମାୟଣ ମେଳା ପୂର୍ବରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବା ଆଶା ରହିଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ମନ୍ଦିର ନିର୍ମାଣ କାର୍ଯ୍ୟାଳାରେ ଦେଶର ବିଭିନ୍ନ ଅଂଚଳରୁ ଶ୍ରଦ୍ଧାଳୁମାନେ ଆସି ପହଞ୍ଚିଛନ୍ତି । ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ଆଜି ମୁସଲିମ ପକ୍ଷଙ୍କୁ କହିଛନ୍ତି ଯେ ପୂର୍ବ ନିର୍ଦ୍ଧାରିତ ସମୟସୀମା ଭିତରେ ହିଁ ଶୁଣାଣି ହେବ । ୧୫ ଏବଂ ୧୬ ଅକ୍ଟୋବରରେ ହିନ୍ଦୁ ପକ୍ଷଙ୍କୁ ଜବାବୀ ଦଲିଲ ଉପସ୍ଥାପନ କରିବାକୁ ସୁଯୋଗ ମିଳିବ । ଆଜି ସୁନି ୱକଫ ବୋର୍ଡର ଅଧ୍ୟକ୍ଷ ଜଫର ଫାରୁକିଙ୍କୁ ପୁଲିସ ସୁରକ୍ଷା ଦେବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ