ଅରଖପୁର ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଅରଖପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ପୋଷାକ ବଣ୍ଟନ ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା କୁମାରୀ ଗୌଡ଼ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମିନତୀ ମଳିକ, ମୁଖ୍ୟ ବକ୍ତା ଭାବେ ଏବିଇଓ ସୀମାଞ୍ଚଳ ସେଠୀ, ଏବଂ ସମ୍ମାନିତ ଅତିଥି ଭାବେ ଅନ୍ୟତମ ଏବିଇଓ ଅମିତା ପାଢ଼ୀ, ସିଆରସିସି ତ୍ରିନାଥ ମହାରଣା, ଏସଏମସି ସଭାପତି ପ୍ରଫୁଲ ଗୌଡ଼, ଖରିଡା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପିତାମ୍ବର ଗୌଡ଼, ସମିତି ମେମ୍ବର ପ୍ରତିନିଧି ପ୍ରଶାନ୍ତ ପାତ୍ର, ଟୁକୁନା ବେହେରା, ଚୋରିଆ ମଳିକ ଓ ସୁଜାତା ମଳିକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ। ସହକାରୀ ଶିକ୍ଷକ ସୁଦର୍ଶନ ପାତ୍ର ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସହକାରୀ ଶିକ୍ଷକ ମିତ୍ରଭାନୁ ସ୍ବାଇଁ ଓ ଶ୍ରୀନିବାସ ଆଚାରୀ,ଏବଂ ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ପରିଚାଳନାରେ ସହଯୋଗ କରିଥିଲେ। ସହକାରୀ ଶିକ୍ଷକ କମଳଲୋଚନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ