ଅରଡ଼ବଜାର ହରିପୁର ଛକରେ ସିସିଟିଭି କ୍ୟାମେରା ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ପୁଲିସ ପକ୍ଷରୁ ‘ପ୍ରୋଜେକ୍ଟ ସହଯୋଗ’ ର ଚତୁର୍ଥ ପର୍ଯ୍ୟାୟରେ ଅରଡ଼ବଜାର ହରିପୁର ଛକରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ବାଲେଶ୍ୱର ଏସପି ସାଗରିକା ନାଥ ଏହି ସିସିଟିଭି କ୍ୟାମେରା ବ୍ୟବସ୍ଥାକୁ ଉଦଘାଟନ କରିବା ସହିତ ‘ପ୍ରୋଜେକ୍ଟ ସହଯୋଗ’ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଟ୍ରାଫିକ ବ୍ୟବସ୍ଥାର ଉନ୍ନିତ ଓ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ‘କ୍ରାଉଡ଼ ଫଣ୍ଡିଂ’ ଜରିଆରେ ଜନସାଧାରଣଙ୍କ ସହଭାଗିତାରେ ସହରର ଜନଗହଳି ଛକମାନଙ୍କରେ ଏହିଭଳି ସିସିଟିଭି ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି । ସହରର ୩୦ଟି ଛକରେ ସିସିଟିଭି କ୍ୟାମେରା ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଏସପି ଶ୍ରୀମତୀ ନାଥ କହିଛନ୍ତି । ହରିପୁର ଛକରେ ଲଗାଯାଇଥିବା ସିସିଟିଭି କ୍ୟାମେରା ପାଇଁ ସହାୟତା ପ୍ରଦାନ କରିଥିବା ରାଜା ବ୍ରିକ୍ସ, ରାଜା ଫ୍ଲାଏଆସ ବ୍ରିକସ, ରାଜା ଟାଇଲ୍ସ ଏଣ୍ଡ ପେଭର, ରାଜା ଆଗ୍ରୋ କୋଲ୍ଡ ଷ୍ଟୋରେଜ, ରାଜା ଫିଟନେସ ୱାର୍ଲ୍ଡ, ରାଜା ଷ୍ଟୋନ ପ୍ରୋଡକ୍ଟ ପ୍ରଭୃତି ସଂସ୍ଥାକୁୁ ଏସପି ସାଧୁବାଦ ଜଣାଇଥିଲେ । ଏହି କ୍ୟାମେରା ପରିଚାଳନା ପାଇଁ ବାଲେଶ୍ୱରର ଅଗ୍ରଣୀ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ସଂସ୍ଥା ‘ଓଡିନେଟ ଇନଫୋକମ’ର ଫାଇବର ନେଟୱାର୍କ ବ୍ୟବହାର କରାଯାଉଥିବା ଜଣାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ରାଜଗୋପାଲ ସାହୁ, ଶକୁନ୍ତଳା ସାହୁ, ଗୌରବ ସାହୁ ପ୍ରମୁଖଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅନୀଲ କୁମାର ପ୍ରଧାନ, ଡିଏସପି ବ୍ରଜ ମୋହନ ପ୍ରଧାନ ଓ ବିଲକିସ ନେଶା ବିବି, ସହଦେବଖୁଣ୍ଟା ଥାନାଧିକାରୀ ଶୁଭ୍ରାଂଶୁ ଶେଖର ନାୟକ, ଟାଉନ ଥାନାଧିକାରୀ ପର୍ଶୁରାମ ସାହୁଙ୍କ ସମେତ ଆଇଆଇସି ଗଣେଶ୍ୱର ପ୍ରଧାନ, ଓଡିନେଟ୍ ଇନଫୋକମର ନିର୍ଦ୍ଦେଶକ ଦେବଜ୍ୟୋତି ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ