ଅରବିନ୍ଦ ମାର୍ଗ ଡକାୟତ ମାମଲା ଜେଲ ଗଲା ଅଭିଯୁକ୍ତ

ଢେଙ୍କାନାଳ,(ତାପସ ଦାସ):ଭୁବନ ଅରବିନ୍ଦ ସ୍କୁଲ ନିକଟରେ ଘର ଆଗରେ ବସିଥିବା ମହିଳାଙ୍କୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରିଥିବା ଡକାୟତ ଡାକ୍ତରଖାନାରେ ଚିକିତ୍ସିତ କରାଇବା ପରେ ଜେଲକୁ ପଠାଇଦିଆଯାଇଛି। ୧୩ ତାରିଖ ଦିନ ଅରବିନ୍ଦ୍ ସ୍କୁଲ ନିକଟରେ ମାୟାଧର ନିବାସ ଆଗରେ ବସିଥିଲେ ନିର୍ଝରିଣୀ ସାହୁ। ବାଇକରେ ଆସି କରୁଥିଲେ ଲୁଟ ଉଦ୍ୟମ। ସାହସୀ ଯୁବକ ଡକାୟତକୁ କରିଥିଲେ କାବୁ ।ଘଟଣାଟି ଘଟିଥିଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବସଷ୍ଟାଣ୍ଡ ଠାରୁ ଅରବିନ୍ଦ ମାର୍ଗ ଠାରେ ନିଜ ଘର ପିଣ୍ଡାରେ ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ବସିଥିବା ଜଣେ ମହିଳା ନିର୍ଝରିଣୀ ସାହୁଙ୍କୁ କାଚେରା ସାହିକୁ ରାସ୍ତା ପଚାରି ଥିଲେ। ବାଇକରୁ ଓହ୍ଲାଇ ବେକକୁ ଧରିଥିଲା ଡକାୟତ । ବାମ ହାତରେ ଏକ ବନ୍ଧୁକ ଧରିଥିଲା। ଅନ୍ୟ ଜନେ ବାଇକ୍ଟି କୁ ଷ୍ଟାର୍ଟରେ ରଖିଥିଲା। ମହିଳା ପାଟି କରି ଡ଼ାକିବାରୁ ଘର ଭିତରୁ ବାହାରି ପୁଅ ପ୍ରଭାତ ଦୌଡ଼ି ଆସି ସାହି ଲୋକ ଙ୍କ ସହ ଡକାୟତ କୁ କାବୁ କରିଥିଲେ। ବାଇକ୍ରେ ଥିବା ଅନ୍ୟ ଡକାୟତ ଚମ୍ପଟ ମାରିଥିଲା ।କାବୁ ହୋଇଥିବା ଡକାୟତ ଠାରୁ ଏକ ବନ୍ଧୁକ ,୨ ଟି ଜୀବନ୍ତ ଗୁଳି ଗୋଟିଏ କି ପ୍ୟାଡ ମୋବାଇଲ ପୁଲିସ ଯବତ୍ କରିଛି।ଭୁବନ ଅଞ୍ଚଳରେ ଦିନ ଦି ପ୍ରହର ହେଉଛି ଡକାୟତି ।ଡକାୟତ ର ମୋବାଇଲି କଲରୁ ଜଣାପଡିବ ଡକାୟତର ସାଥୀ ଠିକଣା। ଧରା ପଡିଥିବା ଡକାୟତ ହିନ୍ଦୀରେ କଥା ହେଉଥିବା ଜଣାପଡ଼ିଛି। ତାଙ୍କର ନାମ ସୁଧୀର ସର୍ଦାର (50) ସେ ସ୍ଵର୍ଗତ ସୁରେଶ ସର୍ଦାରଙ୍କ ପୁଅ ଘର ଝାରଖଣ୍ଡ ରାଜ୍ଯ ଜାମସେଦପୁର କୱାଲି ଥାନା ହେସେଣ୍ଡୀ ଅଞ୍ଚଳରେ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ