ଅରବିନ୍ଦ ଷ୍ଟୋର”ର ଶୁଭାରମ୍ଭ

ଓଡିଶା : ଘରୋଇ ଏବଂ ବିଶ୍ୱସ୍ତରୀୟ ବଜାରରେ ଗ୍ରାହକଙ୍କ ଫ୍ୟାସନ ଆବଶ୍ୟକତା ପୂରଣ ସହ ଟେକ୍ସଟାଇଲ କ୍ଷେତ୍ରରେ ଏକୀଭୂତ ସମାଧାନ ପ୍ରଦାନକାରୀ ସଂସ୍ଥା ଅରବିନ୍ଦ ଲିମିଟେଡ ପକ୍ଷରୁ ଭୁବନେଶ୍ୱରରେ ଏହାର ଦ୍ୱିତୀୟ ସ୍ୱତନ୍ତ୍ର ବ୍ରାଣ୍ଡ ଆଉଟଲେଟ (ଇବିଓ)ର ଶୁଭାରମ୍ଭ କରାଯାଇଛି । ଯାହାକି ଗ୍ରାହକଙ୍କୁ ଗୋଟିଏ ଛାତ ତଳେ ଉତ୍ତମ ଫ୍ୟାସନ ବ୍ରାଣ୍ଡର ପ୍ରଦର୍ଶନ କରିବ । ୧୦୪୦ ବର୍ଗ ଫୁଟ ବିଶିଷ୍ଟ ଅଞ୍ଚଳରେ ପରିବ୍ୟାପ୍ତ ଥିବା ଏହି ଷ୍ଟୋରଟି ଭୁବନେଶ୍ୱର ପଟିଆସ୍ଥିତ ପ୍ଲଟ ନଂ : ୫୧୬ / ୧୬୯୬, ଫେଜ ୩, ଖାତା, ମୌଜାରେ ଅବସ୍ଥାପିତ । ‘ଦ ଅରବିନ୍ଦ ଷ୍ଟୋର’ ଠାରେ ‘ରେଡି-ଟୁ-ୱେୟର’ ପୋଷାକ କଲେକସନ ଉପଲବ୍ଧ ରହିବ, ଯାହାକି ସୂକ୍ଷ୍ମଭାବେ ତିଆରି ଏକ ବିସ୍ତୃତ ରେଞ୍ଜର ଉତ୍ପାଦ ପ୍ରଦର୍ଶନ କରିବ । ‘ରେଡି-ଟୁ-ୱେୟର’ କଲେକସନ କେବଳ କାର୍ଯ୍ୟସ୍ଥଳୀ ଏବଂ ଛୁଟି ସମୟ ପାଇଁ ଉଦ୍ଦିଷ୍ଟ ତାହା ନୁହେଁ ଏହା ସହ ବିଭିନ୍ନ ଉତ୍ସବ ସମୟରେ ଏହା ମଧ୍ୟ ପିନ୍ଧି ହେବ । ଷ୍ଟୋରଟିରେ ୟୁଏସ ପୋଲୋ ଆସୋସିଏସନ ଏବଂ ଫ୍ୟାବ୍ରିକ ଅଫ ଅରବିନ୍ଦ ଭଳି ରିଟେଲ ବ୍ରାଣ୍ଡ ମଧ୍ୟ ଉପଲବ୍ଧ ରହିଛି । ଏହା ସହ ଷ୍ଟୋରଟି ଗ୍ରାହକଙ୍କୁ କଷ୍ଟମ ଟେଲରିଙ୍ଗର ସୁବିଧା ମଧ୍ୟ ପ୍ରଦାନ କରୁଛି । ଗୋଟିଏ ଛାତ ତଳେ ଅନେକ ଗୁଡିକ ଉତ୍ପାଦ ମାଧ୍ୟମରେ କିଣାକିଣିର ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିବା ହେଉଛି ଅରବିନ୍ଦ ଷ୍ଟୋରର ଲକ୍ଷ୍ୟ । କ୍ରୟ କରିବାର କ୍ଷମତାରେ ବୃଦ୍ଧି ସହିତ ଆଧୁନିକ ଭାରତୀୟମାନଙ୍କର ବ୍ରାଣ୍ଡକୁ ନେଇ ଥିବା ଦୁର୍ବଳତା ହେତୁ ଭାରତୀୟ ଲାଇଫଷ୍ଟାଇଲ ଫ୍ୟାସନ ବ୍ରାଣ୍ଡ ଉଦ୍ୟୋଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱର ଭଳି ଉଦୀୟମାନ ସହରମାନଙ୍କରେ ସହରୀ ଗ୍ରାହକମାନେ ଅଧିକ ଗବେଷଣାତ୍ମକ ହେବା ସହ ନୂତନ ଶୈଳୀ, ଉତ୍ପାଦ ଏବଂ ବ୍ରାଣ୍ଡରେ ନିବେଶ କରିବା ପାଇଁ ଇଚ୍ଛୁକ ଅଟନ୍ତି । ଏହି ଶୁଭାରମ୍ଭ ଉପରେ ଅରବିନ୍ଦ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ କୁଲିନ ଲାଲଭାଇ କହିଛନ୍ତି ଯେ, “ଭୁବନେଶ୍ୱରରେ ଦ୍ୱିତୀୟ ଷ୍ଟୋର ଏବଂ ଓଡ଼ିଶାରେ ଚତୁର୍ଥ ଷ୍ଟୋର ସହ ବ୍ରାଣ୍ଡେଣ୍ଡ ପୋଷାକ ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖି ଆମେ ଅତ୍ୟନ୍ତ ଆନନ୍ଦିତ । ରିଟେଲ ମାର୍କେଟ ଗୁଡ଼ିକର ବିକାଶ କ୍ଷେତ୍ରରେ ଭୁବନେଶ୍ୱର ଶକ୍ତିଶାଳୀ ପ୍ରଦର୍ଶନ କରିଛି ଯାହାକି ଆମକୁ ଆଗକୁ ଯାଇ ଏଥିରେ ନିବେଶ କରିବା ଏବଂ ମାର୍କେଟ ଗୁଡ଼ିକର ସନ୍ଧାନ କରିବା ନିମନ୍ତେ ଉତ୍ସାହିତ କରିଥିଲା । ଅନ୍ୟମାନଙ୍କ ଭଳି ଏକ ପ୍ରକାରର ପାରମ୍ପରିକ ରୂପ ରଙ୍ଗ ପରେ ଅରବିନ୍ଦର ସମସ୍ତ ଉତ୍ପାଦ ଗୁଡ଼ିକୁ ରଖିବା ପାଇଁ ଷ୍ଟୋରରେ ଆଧୁନିକ ଏବଂ ଭବିଷ୍ୟଗାମୀ ଲେଆଉଟ ସୁବିଧା ଉପଲବ୍ଧ । ରେଡିମେଡ ବ୍ରାଣ୍ଡ ଏବଂ ଅରବିନ୍ଦର ଶ୍ରେଷ୍ଠ ରେଡି-ଟୁ-ଓୟାର କଲେକ୍ସନ ଯୋଗାଇ ଦେଉଥିବା ଏହି ଷ୍ଟୋର ଏକ ସମ୍ପୂର୍ଣ୍ଣ ଲାଇଫଷ୍ଟାଇଲ ଆଧାରିତ ଗନ୍ତବ୍ୟସ୍ଥଳ । ଷ୍ଟୋରଟି କେବଳ ବର୍ତ୍ତମାନର ବାଣିିଜ୍ୟିକ ମାନଦଣ୍ଡ ହାସଲ ସହ ମାର୍କେଟରେ ଏହାର ନିଜର ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ସୃଷ୍ଟି କରିପାରିବା ପାଇଁ ଅନେକ ପ୍ରୟାସ କରାଯାଇଛି ।” ଏହି ‘ଅରବିନ୍ଦ ଷ୍ଟୋର’ ଉଭୟ ଫ୍ୟାବ୍ରିକ ଏବଂ ରେଡି-ମେଡ ଜଗତରୁ ଶ୍ରେଷ୍ଠ ଗୁଡ଼ିକୁ ହିଁ ଏହାର ଗ୍ରାହକମାନଙ୍କ ପାଇଁ ନେଇ ଆସିଛି । ଏହାର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କର ସମଗ୍ର ସପିଙ୍ଗ ଅନୁଭୂତିକୁ ଉତ୍ସାହପୂର୍ଣ୍ଣ କରିବା । ସମସ୍ତ ସହର ଗୁଡ଼ିକର ଯୁବପିଢ଼ୀଙ୍କ ମଧ୍ୟରେ ଏହି ବ୍ରାଣ୍ଡ ପ୍ରତି ଆଗ୍ରହ ଅଧିକ ରହିଛି ଏବଂ ଏହି ବ୍ରାଣ୍ଡକୁ ଆଣି କମ୍ପାନୀ ଏହି ବ୍ରାଣ୍ଡ ଫ୍ୟାସନ କ୍ଷେତ୍ରରେ ନୂତନତା ଆଣିବା ପାଇଁ ଲକ୍ଷ୍ୟ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ