ଅରଭାନୀ ସମୟର ଚତୁର୍ଦ୍ଦଶ ସ୍ୱନକ୍ଷତ୍ର ଦିବସ ପାଳିତ

ଭୁବନେଶ୍ୱର : ପାକ୍ଷିକ ଖବରକାଗଜ ‘ଅରଭାନୀ ସମୟ’ର ଚତୁର୍ଦ୍ଦଶ ସ୍ୱନକ୍ଷତ୍ର ଦିବସ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ତଥା କବି ପ୍ରଫେସର ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଉଦ୍‌ଘାଟକ ଭାବେ ଆର.ଏସ୍‌.ଏସ୍‌. ସଦସ୍ୟ ତଥା ଶିକ୍ଷାବିତ୍ ଓ ସମାଜସେବୀ ବଦ୍ରୀନାଥ ପଟ୍ଟନାୟକ, ସମ୍ମାନୀତ ଅତିଥିଭାବେ ଆୟକର ବିଭାଗର ପୂର୍ବତନ ମୁଖ୍ୟ ଆୟୁକ୍ତ ତଥା ସୁସାହିତ୍ୟିକ ଶରତ ଚନ୍ଦ୍ର ଦାସ ଓ ସୁସାହିତ୍ୟିକା ତଥା ସମାଜସେବୀକା ପ୍ରାଧ୍ୟାପିକା ବୀଣା ମିଶ୍ର ପ୍ରମୁଖ ଯୋଗ ଦେଇ ରାଷ୍ଟ୍ର ଗଠନରେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ପ୍ରକାର ଦୁର୍ନୀତି, ଅନ୍ୟାୟ ଓ ସତ୍ୟ ସମ୍ବାଦକୁ ସଠିକ ଭାବରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାର ଗୁରୁଦାୟିତ୍ୱ ଗଣମାଧ୍ୟମ ନିର୍ବାହ କରୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ଶତପଥୀ ଅଧ୍ୟକ୍ଷତା କରିବା ସହ ଓଡ଼ିଆ ଭାଷା, ସଂସ୍କୃତି ଓ ପୂଜ୍ୟପୂଜା ଉପରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଖବରକାଗଜ ଉନ୍ମୋଚନ ହେବା ସହ ସାମ୍ବାଦିକତା, ଓଡ଼ିଆଭାଷା, ସଂସ୍କୃତି ଓ ପୂଜ୍ୟପୂଜା ପାଇଁ ଅରଭାନୀ ସମୟ ଗୌରବ ସମ୍ମାନ-୨୦୨୦ ପ୍ରଦ୍ୟୁମ୍ନ କୁମାର ଶତପଥୀଙ୍କୁ ପ୍ରଦାନ କରାଯିବା ସହ ଅନୁବାଦ ଲେଖା ପାଇଁ ଜୟଶ୍ରୀ ଦାସଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଏହା ସହ ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟିକ, ସମାଜସେବୀ, ସାମ୍ବାଦିକ ଓ ଶିଶୁ ପ୍ରତିଯୋଗୀମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ୱାଗତ ଭାଷଣ ଓ ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଖବର କାଗଜର ସମ୍ପାଦକ ରମେଶ କୁମାର ମହାପାତ୍ର । ନାରାୟଣ ଖୁଣ୍ଟିଆ, ସାମ୍ବାଦିକା ତଥା ସମାଜସେବିକା ରୀନା ମହାନ୍ତି, ସମିତା ମହାରଣା, ଲିଙ୍ଗରାଜ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ