ଅରମ୍ଭ ହେଲା ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ , ବିରାଟ ବାହୀନି ଉପରେ କ୍ରୀଡା ପ୍ରେମୀଙ୍କ ନଜର
(ଯୁଗାବ୍ଦ ନ୍ୟୁଜ୍) , ଆଇସିସି ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ ଆଜି ମାଞ୍ଚେଷ୍ଟର ଠାରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଅନୁଷ୍ଠିତ ହେବ । ମିଳିଥିବା ସୁଚନାନୁସାରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଛି । ଆଜି ମାଞ୍ଚେଷ୍ଟରରେ ଦେଖିବାକୁ ମିଳିବ ହାଇଭୋଲଟେଜ ମ୍ୟାଚ । ଗୋଟିଏ ପଟେ ଭାରତର ବ୍ୟଟିଂ ଲାଇନ ଅପକୁ ଟକ୍କର ଦେବ କିୱି ବୋଲିଂ । ଏହି ମ୍ୟାଚକୁ କ୍ରିଡାପ୍ରେମୀ ଅନାଇ ବସିଛନ୍ତି । ଦୁଇଦଳ ଉପରେ ନଜର ପକାଇଲେ , ଭାରତୀୟ ଟିମ ନ୍ୟୁଜିଲ୍ୟାଣ୍ଡ ଠାରୁ ଶକ୍ତିଶାଳୀ ମନେହେଉଛି । ବିଶ୍ୱକପର ରେକର୍ଡ ଉପରେ ନଜର ପକାଇଲେ ଭାରତ ସେମିଫାଇନାଲରେ ତିନିଥର ଜିତିଛି ତିନିଥର ହାରିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଥରେ ସେମିଫାଇନାଲକୁ ପ୍ରବେଶ କରିଥିବାବେଳେ ଥରେ ଫାଇନାଲ ଖେଳିବାର ସୁଯୋଗ ପାଇଛି ।


