ଅରସ ନୂତନ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ପଂଚାୟତସ୍ଥିତ ଅରସ ନୂତନ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ ରଂଜନ ଜେନାଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଶିକ୍ଷା କମିଟିର ସଭାପତି ଗୋବିନ୍ଦ କୁମାର ବାଉତ ଯୋଗ ଦେଇ ପିଲାମାନଙ୍କୁ ସ୍କୁଲ ବ୍ୟାଗ,ଖାତା ଓ କଲମ ଆଦି ବଂଟନ କରିବା ସହିତ ବିଦ୍ୟାଳୟର ପୋଷାକ ଓ ଜୋତା ଆଦି ବଂଟନ କରିଥିଲେ । ତାଙ୍କ ସହିତ ମୁଖ୍ୟବକ୍ତା ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହେରା ଯୋଗ ଦେଇ ପୋଷାକ ବିତରଣ ଉତ୍ସବ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହ ଶିକ୍ଷୟତ୍ରୀ ନିରୁପମା ନାୟକଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ