ଅରୁଣଦେ ସ୍ମାରକୀ ଆନ୍ତଃକଲେଜ ବକ୍ତୃତା ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା):ଫକୀର ମୋହନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ଓ ଅରୁଣ ଦେ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଆନ୍ତଃ ଉଚ୍ଚ ମହାବିଦ୍ୟାଳୟ ସ୍ତରୀୟ ଅରୁଣ ଦେ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଲେଜର ବାଣିଜ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ସଂସଦର ସଭାପତି ଡା. ପ୍ରଭାତ ଚନ୍ଦ୍ର ଚୌଧୁରୀ ସଭାପତିତ୍ୱ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଦାଦାଙ୍କ ସ୍ମୃତିରେ ଏହି କାର୍ଯ୍ୟକ୍ରମ ବେଶ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ବୋଲି କହିଥିଲେ । ଏନେଇ ସେ ଦୁଇ ସଂଗଠନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଅରୁଣ ଦେ ସ୍ମୃତି ପରିଷଦର ସଭାପତି ପ୍ରଫେସର ଡା. ବାସନ୍ତୀ ଦେଚକ୍ରବର୍ତ୍ତୀ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡା. ସୁବାସ ଚନ୍ଦ୍ର ପାତ୍ର, ଏଫଏମ ଅଟୋନୋମସ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ, ଅଧ୍ୟକ୍ଷ, ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ରଣା, ମୋ କଲେଜ୍ ଅଭିଯାନ ସଂଚାଳକ ଡା. ଅଭିଜିତ୍ ଦାସ ଓ ଓଡ଼ିଆ ବିଭାଗ ମୁଖ୍ୟ ଡା. ସନ୍ତୋଷ କୁମାର ନାୟକ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାର ୧୨ଗୋଟି କଲେଜ୍ରୁ ୧୨ଜଣ ଛାତ୍ର ଏହି ସ୍ମାରକୀ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଚାରକ ମଣ୍ଡଳୀମାନଙ୍କ ଦ୍ୱାରା ଦେବସ୍ମିତା ବାରିକ ପ୍ରଥମ, ଗୀତିକା ଦାସ ଦ୍ୱିତୀୟ, ପ୍ରଜ୍ଞାପାରମିତା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କୃତୀ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ, ୧୦,୦୦୦ଟଙ୍କା, ୭,୫୦୦ଟଙ୍କା, ୫୦୦୦ଟଙ୍କା ଅର୍ଥରାଶି ଆସନ୍ତା ଫେବ୍ରୁଆରୀ ୧୨ ତାରିଖ ଆଲୁମିନିର ବାର୍ଷିକ ଉତ୍ସବ ରେ ପ୍ରଦାନ କରାଯିବ । ଏଫଏମ ଆଲୁମିନି ସମ୍ପାଦକ ଗୋପାଳ ଜେନା ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଅରୁଣ ଦେ ସ୍ମୃତି କମିଟିର ଉପଦେଷ୍ଟା ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂସଦର ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି ସଂଚାଳନ କରିଥିଲେ । ଅନୁସାୟ ନାୟକ, ମଧୁସୂଦନ ବେହେରା, ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରଫେସର ଅଶୋକ କୁମାର ପଟ୍ଟନାୟକ, ରାମପ୍ରସାଦ ପ୍ରଧାନ ଓ ଅନୀଲ୍ କୁମାର ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


