ଅରୁଣାଚଳ ପ୍ରଦେଶରୁ ମିଳିଲା ବିରଳ କଇଁଚ୍ଛ
ବିରଳ ପ୍ରଜାତିର କଇଁଚ୍ଛ “ମନୌରିଆ ଇମ୍ପ୍ରେସା’ ଏବେ ଅରୁଣାଚଳ ପ୍ରଦେଶରେ ଦ୍ୱିତୀୟ ଥର ଦେଖିବାକୁ ମିଳିଛି । ଏହା ପ୍ରଥମ ଥର ଜୁନ, ୨୦୧୯ରେ ଦେଖିବାକୁ ମିଳିଥିଲା । ପପୁମ୍ ପାରେ ଜିଲ୍ଲାର ବନ୍ଦରଦୱୋ ବନାଞ୍ଚଳ ଡିଭିଜନ୍ରେ କାକୋଇ ଅଞ୍ଚଳରୁ ଏହାକୁ ଉଦ୍ଧାର କରାଯାଇଛି । ଏହା ଏକ ଅଣ୍ଡିରା କଇଁଚ୍ଛ । ଏହାକୁ କାକୋଇର ବାସିନ୍ଦା ୱରୁ ନାକୋଙ୍ଗ ଜଙ୍ଗଲରୁ ଉଦ୍ଧାର କରିଛନ୍ତି । ପୂର୍ବରୁ ଉଦ୍ଧାର କରାଯାଇଥିବା ପ୍ରଥମ କଇଁଚ୍ଛକୁ ଇଟାନଗର ଚିଡ଼ିଆଖାନାକୁ ପଠାଯାଇଥିବା ଖବର ନାକୋଙ୍ଗ ଜାଣିିଥିବାରୁ ଦ୍ୱିତୀୟଟିକୁ ନ ମାରିବା ପାଇଁ ତାଙ୍କ ବାପାଙ୍କୁ କହିଥିଲେ । ଏହା ପରେ ତାହାକୁ ଇଟାନଗର ଚିଡ଼ିଆଖାନାକୁ ପଠାଇଦେଇଛନ୍ତି ।


