ଅରୁଣାଞ୍ଚଳରୁ ଗଜପତି ଫେରିଥିବା ଜଗପତିଙ୍କୁ ରାସନ ଓ ଭତ୍ତା ଯୋଗାଇଲା ପ୍ରଶାସନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ବିଗତ ୩୫ ବର୍ଷ ଧରି ଗଜପତିରୁ ନିଖୋଜ ହୋଇ ଅରୁଣାଞ୍ଚଳ ଠାରେ ରହିଯାଇଥିବା ଜଗପତିଙ୍କୁ ଗଜପତି ପ୍ରଶାସନ ଇତି ମଧ୍ୟରେ ଜନ୍ମ ମାଟିକୁ ଫେରାଇ ଆଣିଛନ୍ତି । ଏହି ଜଗପତିଙ୍କୁ ଗତକାଲି ପ୍ରଶାସନ ରାସନ ଓ ଭତ୍ତା ଯୋଗାଇଛନ୍ତି । ସୁଚନା ଅନୁଯାୟୀ ଜଗପତି ଅଗଷ୍ଟ ୨୯ତାରିଖ ଦିନ ପାରଳାଖେମୁଣ୍ଡିରେ ପହଞ୍ଚିଥିଲେ । ଏଠାରେ ପହଞ୍ଚିବା ପରେ ତାଙ୍କ ଭାଇ ଶୁକ୍ର ଭୟାଁଙ୍କ ହେପାଜତରେ ତାଙ୍କୁ ନିଜ ଗାଁ ଆବାସିଂକୁ ଛଡାଯାଇଥିଲା । କିଛି ବର୍ଷ ହେଲା କମଧନ୍ଦା ନପାଇ ସେ ଅରୁଣାଞ୍ଚଳ ପ୍ରଦେଶର ଏକ ଜଙ୍ଗଲରେ ରହୁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ତାଙ୍କ ଭାଇ ଶୁକ୍ର ତାଙ୍କୁ ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ଦାବି କରିଥିଲେ । ତାଙ୍କୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ସୁବାଷ ଶବର ଅରୁଣାଞ୍ଚଳ ପ୍ରଦାଶ ଯାଇଥିଲେ । ତେବେ ତାଙ୍କୁ ଗତକାଲି ରାୟଗଡ ବିଡିଓ ଲୁକାଶ ପ୍ରଧାନ ଏବଂ ତାଳମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ତାଙ୍କ ଗାଁରେ ପହଞ୍ଚି ଜଗପତିଙ୍କ ସୁବିଧା ଅସୁବିଧା ବିଝି ତାଙ୍କ ପରିବାର ସହ ଆଲୋଚନା କରିଥିଲେ । ଏହା ପରେ ୨ମାସର ରାସନ ଓ ୪ମାସର ଭତ୍ତା ତାଙ୍କୁ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ