ଅରୁଣାଞ୍ଚଳ ପ୍ରଦେଶ ପ୍ରଶାସନ ଗଜପତିର ୩ଟି ଅନାଥ ଶିଶୁଙ୍କୁ ହସ୍ତାନ୍ତର କଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଏକ ଦମ୍ପତି ଅରୁଣାଞ୍ଚଳ ପ୍ରଦେଶରେ ରହି ଶ୍ରମିକ କାର୍ଯ୍ୟ କରୁଥିଲେ । ସେମାନଙ୍କ ସହ ତାଙ୍କର ୩ଗୋଟି ଝିଅ ମଧ୍ୟ ରହୁଥିଲେ । ସେମାନଙ୍କର ବୟସ ଯଥା ୪, ୬ ଏବଂ ୮ ବର୍ଷ । କୋଭିଡ୍‌-୧୯ ପୂର୍ବରୁ ଶିଶୁଙ୍କର ମାଁ ସୁମି ରାଇକା ମୃତ୍ୟୁ ବରଣ କରିଥିବା ବେଳେ ପିତା ବିଜୟ ରାଇକା ୨୦୨୧ ଅରୁଣାଞ୍ଚଳ ପ୍ରଦେଶରେ କୋଭିଡ୍ ଯୋଗୁଁ ମୃତ୍ୟୁ ବରଣ କରିଥିଲେ । ଏହି ପରିବାର ହେଉଛନ୍ତି ଗଜପତି ଜିଲ୍ଲାର ରାୟଗଡ ପଞ୍ଚାୟତ ସମିତି ଅଞ୍ଚଳର । ଏହି ପିଲାମାନଙ୍କୁ ଅରୁଣାଞ୍ଚଳ ପ୍ରଦେଶର ଉପରସିଆଂ ଜିଲ୍ଲା ପ୍ର୍‌ାସନ ଉଦ୍ଧାର କରି ସେଠୀିରେ ଥିବା ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରିବା ପରେ ସେମାନଙ୍କୁ ପି.ଏମ୍‌.କେୟାର ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କର ଯତ୍ନ ନେବା ସହ ଗଜପତି ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସମନ୍ୱୟ ଶିଶୁ ସୁରକ୍ଷା ଯୋଜନାର ନିର୍ଦ୍ଦେଶବଳୀ ଅନୁସାରେ ଶିଶୁମାନଙ୍କୁ ଆଣି ଉପରସିଆଂ ଜିଲ୍ଲା ପ୍ରଶାସନ ଗଜପତି ଜିଲ୍ଲା ପ୍ରଶାସନକୁ ହାସନ୍ତାନ୍ତର କରିଥିଲେ । ଗଜପତି ଜିଲ୍ଲା ପ୍ରଶାସନ ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତିରେ ଉପସ୍ଥାପନ କରିସାରିଲା ପରେ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ ବଡ ଦୁଇଟି ଝିଅ ଜିଲ୍ଲାରେ ଏକମାତ୍ର ଥିବା ଝିଅମାନଙ୍କ ପାଇଁ ଶୁଶୁ ଯତ୍ନ ଅନୁଷ୍ଠାନ “ପ୍ରାଉଡ”ରେ ରହି ଆସୁଥିବା ବେଳେ ଅନ୍ୟ ଝିଅଟି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରହି ଆସୁଛି । ଯେହେତୁ ବଡ ଦୁଇଟି ଝିଅ ଓଡିଆ ଲେଖିବା, କହିବା ଏବଂ ପଢିବା ଜାଣି ନାହାନ୍ତି ଓ ହିନ୍ଦୀ କହୁଛନ୍ତି ସେଥି ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସେମାନଙ୍କୁ ଅନ୍ୱେଶା ଇଂରାଜୀ ମାଧ୍ୟମ ସ୍କୁଲରେ ନାମ ଲେଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପିଲାମାନଙ୍କୁ ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମ ଦ୍ୱାରା ପିତାମାତା ଦେବା ପାଇଁ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ