“ଅରୁଣା” ଦ୍ୱାରା ପରିଚାଳିତ “ଲକ୍ଷ୍ୟଭେଦୀ ପ୍ରକଳ୍ପ” ଏକ ଅଭିନବ ପ୍ରୟାସ ଆରମ୍ଭ

ବ୍ରହ୍ମପୁର, (ଅନିଲ କୁମାର):ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି, ଓଡିଶା ସ୍ୱାସ୍ଥ୍ୟ ବିଭାଗ ସହାୟତାରେ, ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଅରୁଣା” ଦ୍ୱାରା ପରିଚାଳିତ “ଲକ୍ଷ୍ୟଭେଦୀ ପ୍ରକଳ୍ପ” ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି I ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧିକ୍ଷକଙ୍କ ଅନୁମୋଦନକ୍ରମେ ପୋଲିସ ଜିଲ୍ଲାର ସମସ୍ତ ଥାନାର ଅଫିସର ଓ କର୍ମଚାରୀଙ୍କ ଭିତରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି I ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଜିଲ୍ଲା ପୋଲିସ ବଳ ଭିତରେ ସଚେତନତା ସୃଷ୍ଟି କରିବାସହ ଲକ୍ଷ୍ୟଭେଦୀ ପ୍ରକଳ୍ପର ସଫଳତା ନିମନ୍ତେ ପୋଲିସ ବଳର ସହାୟତା ହାସଲ କରିବା I ଅରୁଣା ଦ୍ୱାରା ପରିଚାଳିତ ଲକ୍ଷ୍ୟଭେଦୀ ପ୍ରକଳ୍ପ ମୁଖ୍ୟତଃ ମହିଳା ଯୌନ କର୍ମୀ, ତୃତୀୟ ଲିଙ୍ଗୀ ଓ ସମଲିଙ୍ଗୀ ଯୌନ ସମ୍ପର୍କ ରଖୁଥିବା ଲୋକଙ୍କ ସହିତ କାମ କରିଥାଏ ଏବଂ ସେମାନଙ୍କ ମଧ୍ୟରେ ଏଚ. ଆଇ. ଭି ସଂକ୍ରମଣକୁ ରୋକିବାର ପ୍ରୟାସ କରିଥାଏ I ରାଜ୍ୟ ପୋଲିସ ବଳ ନିଜର ବୃତ୍ତିଗତ ଦାୟିତ୍ୱ ନିର୍ବାହ କଲାବେଳେ ବିଭିନ୍ନ ସମୟରେ ଏଚ. ଆଇ. ଭି. ସଂକ୍ରମଣ ପ୍ରତି ବିପଦସଂଙ୍କୁଳ ବ୍ୟକ୍ତି ଓ ଗୋଷ୍ଠୀ ସଂସ୍ପର୍ଶରେ ଆସିଥାନ୍ତି I ଆବଶ୍ୟକୀୟ ସଚେତନତା ଓ ସୂଚନା ଅଭାବରୁ ଏହି ସମ୍ବେଦନଶୀଳ ସରକାରୀ କର୍ମଚାରୀମାନେ ଅନେକ ସମୟରେ ବିପଦସଂଙ୍କୁଳ ଅବସ୍ଥାରେ କାମ କରିଥାନ୍ତି I ବିଶେଷକରି ମହିଳା ଯୌନ କର୍ମୀ, ତୃତୀୟ ଲିଙ୍ଗୀ, ସମଲିଙ୍ଗୀ ଯୌନ ସମ୍ପର୍କ ରଖୁଥିବା ବ୍ୟକ୍ତି, ଆନ୍ତଃରାଜ୍ୟ ଟ୍ରକ ଚାଳକ, ପ୍ରବାସୀ ଶ୍ରମିକଙ୍କ ଭଳି ସମ୍ବେଦନଶୀଳ ଗୋଷ୍ଠୀସହ ନିଜର ବୃତ୍ତିଗତ ଦାୟିତ୍ୱ ନିର୍ବାହ କଲାବେଳେ ରାଜ୍ୟ ପୋଲିସ କର୍ମଚାରୀ ନିଜେ ସଚେତନ ହେବାସହ ବିପଦସଂଙ୍କୁଳ ଅବସ୍ଥାରେ ଥିବା ବ୍ୟକ୍ତି ମାନଙ୍କୁ କିପରି ଏଚ. ଆଇ. ଭି. / ଏଡ୍ସ ସମ୍ବଧୀୟ ସୂଚନା ଓ ସୁବିଧା ଯୋଗେଇ ପାରିବେ, ଏହି ଲକ୍ଷ ନେଇ ପୋଲିସ କର୍ମଚାରୀ ମାନଙ୍କୁ ସଚେତନ କରାଯାଉଛି I ଏଥିସହିତ “ଏଚ. ଆଇ. ଭି. / ଏ ଡ୍ ସ ପ୍ରତିରୋଧ ଓ ନିୟନ୍ତ୍ରଣ ଆଇନ 2017” ସମ୍ବଦ୍ଧରେ ସୂଚନା ପ୍ରଦାନ, ଭାରତୀୟ ପିଙ୍ଗଳ କୋଡ଼ ର ଧାରା 377 ରେ ଆସିଥିବା ପରିବର୍ତନ ସମ୍ବଦ୍ଧରେ ମଧ୍ୟ ପୋଲିସ କର୍ମଚାରୀ ମାନଙ୍କୁ ସଚେତନ କରାଯାଉଛି I ଏହିକ୍ରମରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ସଦର ଓ ବଡ଼ବଜାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଆଗାମୀ ଦିନରେ ଅନ୍ୟାନ୍ୟ ଥାନା ମାନଙ୍କରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ I ପରବର୍ତୀ ପର୍ଯାୟରେ ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ପୌର କର୍ମଚାରୀ, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ରେଳବାଇ ପୋଲିସ, ଅଟୋ ଚାଳକ ସଂଘ ସହାୟତରେ ଆୟୋଜନ କରାଯାଇ ବ୍ୟାପକ ସଚେତନତା ସୃଷ୍ଠି କରାଯିବ I ଜିଲ୍ଲା ଏଡ୍ସ ନିୟନ୍ତ୍ରଣ ୟୁନିଟର ପ୍ରକଳ୍ପ ପରିଚାଳକ ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିକଳ୍ପନା ଓ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରୁଥିବାବେଳେ ଆଗାମୀ 2030 ସୁଦ୍ଧା ଗଞ୍ଜାମ ଜିଲ୍ଲାକୁ “ନୂତନ ଏଚ. ଆଇ. ଭି. ସଂକ୍ରମଣ ମୁକ୍ତ” କରିବାର ନିଜର ଓ ଅରୁଣାର ସଂକଳ୍ପକୁ ଦୋହରାଇଛନ୍ତି ବରିଷ୍ଠ ସମାଜସେବୀ ତଥା ଅରୁଣାର ପ୍ରତିଷ୍ଠାତା ଲୋକନାଥ ମିଶ୍ର I

Spread the love

Advertisement

ଏବେ ଏବେ