ଅରୁଣା ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର : ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପକ୍ଷରୁ କରୋନା ମହରାରୀର ମୁକବିଲା ପାଇଁ ଏକ ବ୍ୟପକ ସଚେତନ ରଥ ଶୁଭ ଆରମ୍ଭ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପଦ୍ମନାଭ ଦାବେ ସଚେତନ ରଥକୁ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅବସରରେ ଅରୁଣାର ନିର୍ଦ୍ଧେଶକ ଲୋକନାଥ ମିଶ୍ର ଜନସଚେତନତା ଦ୍ୱାରା କରୋନା ସଂକ୍ରମଣକୁ ରୋକାଯାଇପାରିବ ବୋଲି ମତ ଦେଇ ଥିଲେ, ଉକ୍ତ ସଚେତନ ରଥଟି ଜିଲ୍ଲାର ୧୧ଟି ବ୍ଲକରେ ବୁଲି ଜନସାଧାରଣଙ୍କୁ ସଚେତନତା କରିବ । ଏଚ ଆଇ ଭି ଆକ୍ରାନ୍ତ, ଶିଶୁ ଓ ବୃଦ୍ଧ ବ୍ୟକ୍ତିଙ୍କର ରୋଗପ୍ରତିଷେଧକ ଶକ୍ତି କମ ଥିବା ବ୍ୟକ୍ତିଙ୍କୁ ସଂକ୍ରମଣ ହେବାର ଅଧିକ ଆଶଙ୍କାକୁ ଦୃଷ୍ଟିରେ ରଖି ଉକ୍ତ ସଚେତନତା କାର୍ଯ୍ୟକ୍ରମ ର ଲକ୍ଷ ରଖାଯାଇଛି । ଅହିଅବସାରରେ ଅନ୍ୟ ମାନଙ୍କ ମଧ୍ୟରେ ଅରୁଣାର ସମ୍ପାଦିକା ସୌଦାମିନି ରଥ, କୋଷାଧ୍ୟକ୍ଷ ବିଭୁଦତ୍ତ ପଟନାୟକ ଉପସ୍ଥିତ ଥିବାବେଳେ ସୁସ୍ମିତା ଭୋଇ, ଦେବିଦତ୍ତ ରଥ, ବିପିନ ଦିଗଲ, ମାର୍କଣ୍ଡ ମିଶ୍ର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ