ଅରୁଣିମା ୨୦୨୦ ଉଦ୍‌ଯାପିତ

ଯାଜପୁର-: ଅରୁଣିମାର ଉଦ୍‌ଯାପନୀ ଦିବସରେ ଆଜି ଅନ୍ୟୂନ ୭୦୦ ଚାଷୀ ଓ ମହିଳା ଉଦ୍ୟୋଗୀ ଏକତ୍ରିତ ହୋଇଥିଲେ ।  ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଅରୁଣିମା ଏକ ବାର୍ଷିକ କାର୍ଯ୍ୟକ୍ରମ । ଟାଟା ଷ୍ଟିଲର ଆଖପାଖ ଅଂଚଳ ସୁକିନ୍ଦା, ବାମିନପାଲ, କଳିଙ୍ଗନଗର ଅଂଚଳର ଛାତ୍ର, ଯୁବକ, ମହିଳା ଓ ଚାଷୀଙ୍କ ଦକ୍ଷତା ପ୍ରତି ସ୍ୱୀକୃତି ଜଣାଇବା ପାଇଁ ଏହା ଏକକ ମଂଚ ଭାବେ ଏହା କାର୍ଯ୍ୟ କରିଥାଏ । ଏଥିସହ ସ୍ଥାନୀୟ ଅଂଚଳର ଅଭିବୃଦ୍ଧି ଧାରା ସଂପର୍କରେ ଜନସାଧାରଣଙ୍କୁ ସଚେତନ ଓ ମାର୍ଗ ଦର୍ଶନ କରିବାରେ ଅରୁଣିମା କାର୍ଯ୍ୟ କରିଥାଏ । ୨୦୧୮-୨୮ ପର୍ଯ୍ୟନ୍ତ ସମୟକୁ ଜଳ ଦଶନ୍ଧି ଭାବେ ମିଳତି ଜାତିସଂଘ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଏହି ବାର୍ତା ଜନସାଧାରଣଙ୍କ ମଧ୍ୟରେ ପ୍ରସାରିତ କରିବା ସହ ପରିବେଶରେ ଜଳକୁ ଗୁରୁତ୍ୱ ପ୍ରଦାନ କରାଯାଇ ଚଳିତ ବର୍ଷ ଅରୁଣିମାର ଶିରୋନାମା ପ୍ରସ୍ତୁତ କରାଯାଇଛି । ଚାଷୀମାନେ ନିଜ ଅଭିଜ୍ଞତା ଓ ଜ୍ଞାନ ପରସ୍ପର ମଧ୍ୟରେ ବିନିମୟ କରିବା କରିବାର ସୁଯୋଗ ଅରୁଣିମାରେ ପାଇପାରିଥିଲେ । ଏହି ଅବସରରେ ସୁଲିଆର ଲକ୍ଷ୍ମୀପ୍ରିୟା ମହାନ୍ତ ଗତବର୍ଷରୁ ଆରମ୍ଭ କରିଥିବା ନିଜର ପୁଷ୍ଟିକର ବଗିଚା ସଂପର୍କରେ କହିଥିଲେ । ଟାଟା ଷ୍ଟିଲ ସିଏସ୍‌ଆର ଶାଖା ପକ୍ଷରୁ ସେ ପାଇଥିବା ତାଲିମ ତାଙ୍କ ଉତ୍ପାଦ ବୃଦ୍ଧିରେ କିପରି ସହାୟକ ହୋଇପାରିଛି ସେସଂପର୍କରେ ସେ ଉଲ୍ଲେଖ କରିଥିଲେ । ତାଙ୍କ ବଗିଚାଟି ୩୫୦ ବର୍ଗଫୁଟ ଅଂଚଳରେ ଅବସ୍ଥିତ । ଏଠାରେ ଚାଷକାର୍ଯ୍ୟ ପାଇଁ ସେ ବର୍ଜ୍ୟ ଜଳ ବ୍ୟବହାର କରିଥାନ୍ତି । ଏପ୍ରକାର ପ୍ରଣାଳୀରେ ଚାଷକାର୍ଯ୍ୟ ଉଭୟ ଗ୍ରାମାଂଚଳ ଓ ସହରାଂଚଳ ପାଇଁ ପ୍ରଯୂଜ୍ୟ ବୋଲି ସେ କହିଥିଲେ । କିଶୋର କୁମାର ବେହେରା ଏଗ୍ରୀ ମଚ୍ ନାମରେ ଏକ ଆପ୍ ବିକାଶ କରିଛନ୍ତି । ଏହା କୃଷକଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ସହ ଜ୍ଞାନ ବିନିମୟ କରିପାରୁଛି । ପ୍ରଯୁକ୍ତିର ସର୍ବାଧିକ ଉପଯୋଗ ସହ ଦକ୍ଷତାରେ ଉନ୍ନତି ଆଣିବା ଚାଷୀଙ୍କ ପାଇଁ ବର୍ତମାନ ସମୟର ଆବଶ୍ୟକତା ବୋଲି ଶ୍ରୀ ବେହେରା କହିଥିଲେ ୱିମେନ ଆସୋସିଏସନ ଫର ସୋସିଓ କଲଚରାଲ ଆସୋସିଏସନର ଶିରିଶ ଚନ୍ଦ୍ର ସିଂହ ସାମନ୍ତ ସଂଗଠନର ସଦସ୍ୟଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏମାନେ କିପରି ଜଳଛାୟା ପ୍ରକଳ୍ପ ନିର୍ମାଣ କରି ତାହାର ପରିଚାଳନା କରୁଛନ୍ତି ସେ ସଂପର୍କରେ କହିଥିଲେ । ଟାଟା ଷ୍ଟିଲ କଳିଙ୍ଗନଗରର ଜିଏମ୍‌(ପ୍ରକଳ୍ପ) ଅଜିତ୍ କୋଠାରୀ, ଟାଟା ଷ୍ଟିଲର ସିଏସ୍‌ଆର ମୁଖ୍ୟ ସୌରଭ ରୟ, ଓଡ଼ିଶା ସିଏସ୍‌ଆର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ