ଅରୁଣ ଦେ ସ୍ମୃତି ପରିଷଦର ଶାରଦୀୟ ବନ୍ଧୁ ମିଳନ

ବାଲେଶ୍ୱର, (ସରୋଜ ପଣ୍ଡା) : ବିଶିଷ୍ଟ ରାଜନେତା ତଥା ବାଲେଶ୍ୱରର ପୂର୍ବତନ ବିଧାୟକ ସ୍ୱର୍ଗତ ଅରୁଣ ଦେଙ୍କ ସ୍ମୃତିରେ ଗଠିତ ‘ଅରୁଣ ଦେ ସ୍ମୃତି ପରିଷଦ’ ପକ୍ଷରୁ ବିଜୟା ଦଶମୀ ଅବସରରେ ଏକ ଶାରଦୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏଥିରେ ଯୋଗଦେଇ ସ୍ୱର୍ଗତ ଅରୁଣ ଦେ (ଦାଦା)ଙ୍କ ଫୋଟଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦାଦାଙ୍କ ଜୀବିତାବସ୍ଥାରେ ପ୍ରତିବର୍ଷ ଆପାତତଃ ଦୁଇଥର ବିଜୟା ଦଶମୀ ଓ ନୂଆବର୍ଷରେ ଶୁଭେଚ୍ଛୁ ଓ ସମର୍ଥକମାନେ ତାଙ୍କ ଘରେ ଭିଡ଼ ଲଗାଉଥିଲେ । ତାଙ୍କ ଅବର୍ତମାନରେ ବି ସମର୍ଥକଙ୍କ ଭିଡ଼ ଦାଦାଙ୍କ ଲୋକପ୍ରିୟତାକୁ ବେଶ ପ୍ରମାଣିତ କରୁଛି ବୋଲି ସଦର ବିଧାୟକ ଶ୍ରୀ ଦାସ କହିଥିଲେ । ଦାଦାଙ୍କ ଲୋକପ୍ରିୟତା କେବଳ ବାଲେଶ୍ୱର ସହର କିମ୍ବା ଆଖପାଖ ଅଂଚଳରେ ସୀମିତ ନୁହେଁ ବରଂ ସମଗ୍ର ଜିଲାରେ ତାଙ୍କ ସମର୍ଥକ ଆଜି ବି ସଙ୍ଗଠିତ ହୋଇ ରହିଛନ୍ତି ବୋଲି ରେମୁଣା ବିଧାୟକ ଶ୍ରୀ ପରିଡ଼ା ମତବ୍ୟକ୍ତ କରିଥିଲେ । ଦାଦା ପାଳନ କରୁଥିବା ଦଶହରା ଓ ନୂଆବର୍ଷରେ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ପତ୍ୟେକ ବର୍ଷ ପାଳନ ପାଇଁ ସେ ସ୍ମୃତି ପରିଷଦର କର୍ମକର୍ତାଙ୍କୁ ପରାମର୍ଶ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପ୍ଳବ କୁମାର ମହାନ୍ତି, ସମାଜସେବୀ ବିଷ୍ଣୁ ପ୍ରସାଦ ମହାନ୍ତି, ରଞ୍ଜନ ପ୍ରଧାନ, ବିନେଦା ଜୀ, ଅଭିଜିତ ଦାସ ପ୍ରମୁଖ ଯୋଗଦେଇ ଦଶହରା ବନ୍ଧୁମିଳନ କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ