ଅରୁଣ ଦେ ସ୍ମୃତି ପରିଷଦ ପକ୍ଷରୁ ବିଜୟା ଦଶମୀ ବନ୍ଧୁ ମିଳନ

ବାଲେଶ୍ୱର, (ସରୋଜ ପଣ୍ଡା):ବିଶିଷ୍ଟ ରାଜନେତା ତଥା ବାଲେଶ୍ୱରର ପୂର୍ବତନ ବିଧାୟକ ସ୍ୱର୍ଗତ ଅରୁଣ ଦେଙ୍କ ସ୍ମୃତିରେ ଗଠିତ ‘ଅରୁଣ ଦେ ସ୍ମୃତି ପରିଷଦ’ ପକ୍ଷରୁ ବିଜୟା ଦଶମୀରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ଯୋଗଦେଇ ସ୍ୱର୍ଗତ ଅରୁଣ ଦେଙ୍କ ଫୋଟଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦାଦାଙ୍କ ଜୀବନଧାରାରେ ପ୍ରତ୍ୟେକ ବର୍ଷ ଆପାତତଃ ଦୁଇଥର ଶୁଭେଛୁ ଓ ସମର୍ଥକମାନେ ବିଜୟା ଦଶମୀ ଏବଂ ନୂଆବର୍ଷରେ ତାଙ୍କ ଘରେ ଭିଡ଼ ଲଗାଉଥିଲେ । ତାଙ୍କର ଅବର୍ତ୍ତମାନରେ ଆୟୋଜିତ ଏହି ବନ୍ଧୁମିଳନ ଦାଦାଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ । ଏହି ଧାରା ନିୟମିତ ବଜାୟ ରଖିବାକୁ ସ୍ମୃତି ପରିଷଦର କର୍ମକର୍ତ୍ତାଙ୍କୁ ସେ ପରାମର୍ଶ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ବାଲେଶ୍ୱର ପୌର ଉପାଧ୍ୟକ୍ଷ କୈଳାସ ସେଠୀ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ପୂର୍ବତନ କାଉନସିଲର ଉମାକାନ୍ତ ଶତପଥୀ, ସମାଜସେବୀ ବିଷ୍ଣୁ ପ୍ରସାଦ ମହାନ୍ତି, ରଞ୍ଜନ ପ୍ରଧାନ, ବିନେଦା ଜୀ, ଅଭିଜିତ ଦାସ ପ୍ରମୁଖ ଯୋଗଦେଇ ଦାଦାଙ୍କୁ ମନେ ପକାଇଥିଲେ । ଦାଦାଙ୍କୁ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଦଶହରା ଓ ନୂଆବର୍ଷ ବନ୍ଧୁମିଳନ ପାଳନ ଦାଦାଙ୍କ ସ୍ମୃତିରକ୍ଷା ସହ ଶ୍ରଦ୍ଧାଞ୍ଜଳି ହେବ ବୋଲି ପରିଷଦର କର୍ମକର୍ତ୍ତାମାନେ କହିଥିଲେ । ଏଥିପାଇଁ ତାଙ୍କ ବାସଭବନରେ ପରିଚାଳିତ ହେଉଥିବା ଅରୁଣ ଦେ ସ୍ମୃତି ପରିଷଦର ଦ୍ୱାର ସର୍ବଦା ଦାଦା ପ୍ରେମୀଙ୍କ ପାଇଁ ଖୋଲା ରହିବ ବୋଲି ସେମାନେ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ