ଅର୍କକ୍ଷେତ୍ର ରେ ଭାରତ ରତ୍ନ ବାବା ସାହେବ ଙ୍କ ୬୭ ତମ ମହାପରିନିର୍ବାଣ ଦିବସ ଓ ସଂକଳ୍ପ ସମାବେଶ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆଜି କୋଣାର୍କ ଯାତ୍ରୀନିବାସ ସମ୍ମିଳିନୀ କକ୍ଷ ଠାରେ ବହୁଜନ ସମାଜ ପାର୍ଟି ପୁରୀ ଜିଲ୍ଲା ଆନୁକୂଲ୍ୟରେ ଆଧୁନିକ ଭାରତ ର ସମ୍ବିଧାନ ପ୍ରଣେତା ପରମ ପୂଜ୍ୟ ବାବା ସାହେବ ଙ୍କ ୬୭ ତମ ମହାପରିନିର୍ବାଣ ଦିବସ ପାଳନ ଅବସରରେ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଂକଳ୍ପ ସମାବେଶ ପୁରୀ ଜିଲ୍ଲା ତଥା ଏହାର ଆଖ ପାଖ ଅଞ୍ଚଳ ରୁ ଶତାଧିକ କର୍ମୀ ଓ ଉତ୍ସାହୀ ଯୁବ ବନ୍ଧୁ, ମହିଳା ମାନଙ୍କର ବିପୁଳ ସମାବେଶ ଦେଖିବାକୁ ମିଳିଥିଲା l ଭାରତ ରତ୍ନ ଡ଼କ୍ଟର ବି. ଆର ଆମ୍ବେଦକର ଙ୍କ ପ୍ରତି ଜନସାଧାରଣ ଙ୍କର ଗଭୀର ଶ୍ରଦ୍ଧା ଆଜିର ବିପୁଳ ସମାବେଶ ରେ ବେଶ ସ୍ପଷ୍ଟ ଜଣାପଡୁଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଉତ୍ତର ପ୍ରଦେଶ ର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଧିମାନ ଧରମବୀର ସିଂ ଅଶୋକ ସାହେବ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିବା ବେଳେ ମୁଖ୍ୟ ପ୍ରବକ୍ତା ଆଡ଼ଭୋକେଟ ଭୋଦେବ ମହାନନ୍ଦିଆ, ବିଏସପି ରାଜ୍ୟ ପ୍ରଭାରୀ ସୁବ୍ରତ ସାମଲ, ଜଗତସିଂହପୁର ଲୋକସଭା ପ୍ରଭାରୀ ବିଭୁତି ଭୂଷଣ ମାଝୀ, ପରିଚାଳନା କମିଟି ପକ୍ଷରୁ ବରଗଡ଼ ଲୋକସଭା ପ୍ରଭାରୀ ପ୍ରମୋଦ ଲୁହାର, ପୂର୍ବତନ ବିଏସପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ନାୟକ, ହରିହର ନାୟକ, ଗଙ୍ଗାଧର ଗୋଛାୟତ, ପ୍ରକାଶ କାଣ୍ଡି, ସମ୍ପଦ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ କୋଣାର୍କ ଏନ ଏ ସି,ବିଏସପି ସଭାପତି ସନ୍ତୋଷ ଗୋଛାୟତ ଓ ଉପସଭାପତି ପ୍ରଦୀପ୍ତ କୁମାର ଚାନ୍ଦ ଙ୍କ ତତ୍ତ୍ଵବଧାନରେ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରାଯାଇଥିଲା l କାର୍ଯ୍ୟକ୍ରମ ର ସଫଳତା କୁ ନେଇ କର୍ମୀ ମହଲ ରେ ବେଶ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ