ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅର୍ଚ୍ଚନାଙ୍କ ବଡ ବୟାନ । ୩୦ ମିନିଟ୍ ରେ ସବୁ ଖୁଲାସା କରିଦେବି । ତଥ୍ୟ ପ୍ରମାଣ ସହ ସବୁ ପ୍ରମାଣ ଦେବି । ମତେ ସମୟ ଦରକାର । ନେତା ମନ୍ତ୍ରୀ କିଏ ସମ୍ପୃକ୍ତ ଅଛନ୍ତି ସବୁ ଏକ୍ସକ୍ଲୁସିଭ୍ ମୁଁ ଦେବି । ପଣସ ଖାଇଲା ଆଉ କିଏ । ମୋ ମୁଣ୍ଡରେ ଅଠା ବୋଳାଯାଉଛି । ମୁଁ କହିଲେ ସାରା ରାଜ୍ୟ ପରିବର୍ତ୍ତନ ହେଇଯିବ । ମୁଁ ଛାଡିବିନି । ସବୁ ଗୁମର ଖୋଲିବି । ମତେ ଫସାଇ ଦିଆଯାଇଛି ।ମୁଁ କଣ ଆତଙ୍କବାଦୀଙ୍କ ଭଳି ଦେଖାଯାଉଛି । ମତେ ପ୍ରେସ ମିଟ୍ କରି ଗିରଫ କରାଯାଇଥାନ୍ତା । କିନ୍ତୁ ମତେ ଆତଙ୍କବାଦୀ ଭଳି ଗିରଫ କରାଗଲା । ଶ୍ରଦ୍ଧାଞ୍ଜଳିର କଲ୍ ରେକର୍ଡ ଯାଞ୍ଚ କରାଯାଉ । କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଲେ ଅର୍ଚ୍ଚନା ନାଗ ।ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ନେଇଛି ଇଡି । ଇଡିର ୭ ଦିନିଆ ରିମାଣ୍ଡରେ ଗଲେ ଅର୍ଚ୍ଚନା ନାଗ । ଝାରପଡ଼ା ଜେଲରୁ ଅର୍ଚ୍ଚନାଙ୍କୁ ଧରି ବାହାରିଲେ ଇଡି ଅଧିକାରୀ । କ୍ୟାପିଟାଲ ହସ୍ପିଟାଲରେ ସ୍ଵାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଇଡି ଅଫିସକୁ ନିଆଯାଇଛି ।


