ଅର୍ଜ୍ଜୁନ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ତାଙ୍କ ସ୍ମୃତିରେ ଦିନିକିଆ ଫୁଟ ବଲ ଟୁର୍ଣ୍ଣାମେଣଟ

ବଡ଼ସାହି,(ନିରଞ୍ଜନ ମହାନ୍ତ): ବଡ଼ସାହି ବ୍ଲକ ଅନ୍ତର୍ଗତ ଦେଉଳିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜ ସେବୀ ସ୍ୱର୍ଗତଃ ଅର୍ଜୁନ ସରେନଙ୍କ ୮୦ତମ ଜନ୍ମ ଜୟନ୍ତୀ ଧୁମ୍ ଧାମରେ ପାଳିତ ହୋଇ ଯାଇଛି । ଇତ୍ୟବସରରେ ଏହି ପଞ୍ଚାୟତର ଆଗାସୋଳ ଗ୍ରାମ ଛକରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ତାଙ୍କର ସୁପୁତ୍ର ଇଞ୍ଜିନିୟର ଶ୍ରୀଧର ସୋରେନ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ମୟୂରଭଞ୍ଜ ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଯୋଗ ଦେଇ ଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ମାଝୀ ହାଡାମ ବାଡ଼ା ସୋରେନ ସମ୍ମାନୀୟ ଅତିଥି ଭାବରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର ଭକ୍ତ ଚରଣ ଟୁଡୁ ଆଇନ ଜିବୀ ଦାସ୍କାନ ମୁର୍ମୁ ସୁନ୍ଦର ମୋହନ ମୁର୍ମୁ ଓ ଚୁନକା ହେମ୍ବ୍ରମ ଯୋଗ ଦେଇ ସ୍ୱର୍ଗତ ସୋରେନଙ୍କ ଗୁଣ ଗାନ ସମାଜ ସେବା ଓ୧୯୯୨ରୁ୧୯୯୫ପର୍ଯ୍ୟନ୍ତ ଦେଉଳିଆ ପଂଚାୟତର ସରପଂଚ କାର୍ଯ୍ୟ କାରିତାର ସ୍ମୃତିଚାରଣ କରି ଥିଲେ । ପ୍ରାରମ୍ଭରେ ପାରମ୍ପାରିକ ସାନ୍ତାଳୀ ନାଚ ଢା ବୁଲ୍ ତାମସା ନୃତ୍ ମାଧ୍ୟମରେ ମହାସମାରୋହରେ ପ୍ରତିମୂର୍ତ୍ତି ତିକୁ ସ୍ଥାପନ ସ୍ଥଳୀକୁ ଅଣା ଯାଇ ସ୍ଥାପନ କରା ଯାଇ ଥିଲା ପରେ ଅର୍ଜୁନ ସୋରେନ ମେମୋରିଆଲ ଏକ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଥିଲା । ଏଥିରେ ଚଳଦା ଏବଂ ଖୋଡ଼ିଶୋଲ ଯମୁନା ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇ ଥିଲା ।ଖେଳରେ ଚଲଦା ୧-୦ ଗୋଲରେ ଖୋଡିଶୋଲ ଯମୁନାକୁ ହରାଇ ଚମ୍ପିୟାନ ହୋଇଥିଲା । ଏହି ଖେଲକୁରେଫରି ଭାବରେ କୀର୍ତ୍ତି ପାତ୍ର ଓ ଲାଇନ୍ ମ୍ୟାନ କାଳୀଚରଣ ସିଂ ଡାକ୍ତର ସିଂ ପରିଚାଳନା କରୁ ଥିଲେ । ଏହି କାର୍ଯ୍ୟ କ୍ରମଟିକୁ ସୁଶାନ୍ତ ସିଂ ଛୋଟରାୟ ସୋରେନ ବୈଷ୍ଣବ ମାରାଣ୍ଡି ରୁପାୟ ମାରାଣ୍ଡି ସହଯୋଗ କରୁ ଥିଲେ । ପରିଶେଷରେ ରାଉରକେଲାର ରଙ୍ଗାରଙ୍ଗ ସାନ୍ତାଳୀ ସୁପର ସ୍ଟାର ମେଲୋଡି ର କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ