ଅର୍ଡାବାହାଲ ବାଳିକା ହାଇସ୍କୁଲରେ ପିଏମଶ୍ରୀ ବାର୍ଷିକ କ୍ରୀଡା ଅନୁଷ୍ଠିତ
କୁଚିଣ୍ଡା,(ରିଙ୍କୁ କୁସୁମ):ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ଅର୍ଡାବାହାଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ପିଏମଶ୍ରୀ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି।ଏଥିରେ ୧୦୦ ଓ ୨୦୦ମି. ଦୌଡ,ସଟପୁଟ, ସଟପୁଟ,ଡିସ୍କସ ଥ୍ରୋ,ଚେସ,କ୍ୟାରମ,ଲମ୍ବ ଓ ଉଚ୍ଚ ଡିଆଁ, ଟେବୁଲଟେନିସ,ବସ୍ତାଡିଆଁ,ବ୍ୟାଡମିଣ୍ଟନ,ରଶିଟଣା,ତୀରନ୍ଦାଜ ଆଦି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା।ସିନିୟର ବିଭାଗ ପାଇଁ ୧୨,ଜୁନିୟର ବିଭାଗ ପାଇଁ ୧୨ ଓ ସବଜୁନିୟର ବିଭାଗ ପାଇଁ ୫ଟି ଏଭଳି ମୋଟ ୨୯ଗୋଟି ପ୍ରତିଯୋଗିତା ହୋଇଥିଲା।ପୂର୍ବାହ୍ନରେ କୁଚିଣ୍ଡା ବିଡିଓ ଜୟନ୍ତ ସାହୁ ମୁଖ୍ୟଅତିଥି, ଅବସରପ୍ରାପ୍ତ ଏସଏସଡି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳମଣି ସାହୁ,ଅର୍ଡାବାହାଲ ସରପଞ୍ଚ ସୁଳେଶ୍ବରୀ ମାଝି,ସମିତିସଭ୍ଯା ଚମ୍ପାବତୀ ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ନାଏକଙ୍କ ସଭାପତିତ୍ବରେ ହୋଇଥିବା ଉଦଯାପନୀ ଉତ୍ସବରେ ସରପଞ୍ଚ ସୁରେଶ୍ବରୀ ମାଝି ମୁଖ୍ୟଅତିଥି,ଭୋଜପୁର ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆଇରିନା ମିଞ୍ଜ,ଏସଏସଡି ଯୁକ୍ତଦୁଇ ବାଳିକା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ରଞ୍ଜନ କୁମାର ନାଏକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। କ୍ରୀଡା ଦ୍ବାରା ପିଲାଙ୍କ ଶରୀର ସୁସ୍ଥ ରହିବା ସାଙ୍ଗକୁ ଠିକଭାବେ ମାନସିକ ସନ୍ତୁଳନ ହେଉଥିବା କହି କ୍ରୀଡା କ୍ଷେତ୍ରରେ ଆଗକୁ ଯାଇ ସୁନାମ ଅର୍ଜନ କରିବାକୁ ଅତିଥିମାନେ କହିଥିଲେ।ପରେ ଅତିଥିମାନେ କୃତିଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।ଶିକ୍ଷକ ବୀରେନ୍ଦ୍ର ନାଏକ ସଭାପରିଚାଳନା କରିଥିଲେ।କ୍ରୀଡା ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ଚନ୍ଦନ କୁମାର ମାକର, ପ୍ରଦୀପ କୁମାର ପଟେଲ,ସୌଭାଗ୍ଯ ପଟେଲ, ସୌଭାଗ୍ଯ ନାୟକ ପରିଚାଳନା କରିଥିଲେ।ଶିକ୍ଷକ ରାଜେନ୍ଦ୍ର ନାଏକ, ଗୁରୁଜନ ଖୁଣ୍ଟିଆ,ଉଦୟ କୁମାର ପାଣିଗ୍ରାହୀ,ବିକାଶ ବିଜୟ ନାୟକ,ରଞ୍ଜନ ସାହୁ,ଶିକ୍ଷୟିତ୍ରୀ ଶିବାନୀ ମରେଇ,ଝିଲି ପ୍ରଧାନ,ସୁଷମା ପାଣି,ଦୀପିକା ନାୟକ,ତୃପ୍ତି ପଟେଲ, ଶୁଭଲକ୍ଷ୍ମୀ ପଟ୍ଟନାୟକ,ସୁନିମା ନାଏକ,ଦୁଲାରି କେର୍କେଟା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।