ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ ପାଇଁ ବୈଠକ କରିବେ ଆର୍ବିଆଇ ଗଭର୍ଣ୍ଣର
ନୂଆଦିଲ୍ଲୀ, (ଏଜେନ୍ସି):ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆର୍ଥିକ ଗତିବିଧିକୁ ପ୍ରୋତ୍ସାହିତ ତଥା ଶୁଳ୍କ ହାର ଉପରେ ଚର୍ଚ୍ଚା କରିବା ପାଇଁ ଚ୍ଚର୍୍ ୨୬ରେ ଉଦ୍ୟୋଗ ମଣ୍ଡଳ ଓ କ୍ରେଡ଼ିଟ୍ ରେଟିଂ ଏଜେନ୍ସିର ପ୍ରତିନିଧି ସହିତ ବୈଠକ କରିବ । ସୂଚନାନୁସାରେ ମୁଦ୍ରାନୀତି ସମିତି ଏପ୍ରିଲ୍ରେ ୪ରେ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ବୈଠକ କରିବାକୁ ଯାଉଛି । ସମିତିର ବୈଠକର ଠିକ୍ ପୂର୍ବରୁ ଦାସ ଏହି ସାକ୍ଷାତକାର ପରାମର୍ଶ ପ୍ରକ୍ରିୟାକୁ ବିସ୍ତୃତ ପାଇଁ କରୁଛନ୍ତି । ସମିତିର ଆସନ୍ତା ବୈଠକ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ । କାହିଁକି ନା କିଛି ଦିନ ପରେ ଏପ୍ରିଲ୍ ୧୧ରେ ସାଧାରଣ ନିର୍ବାଚନର ପ୍ରଥମ ସ୍ତରର ଭୋଟ ହେବାକୁ ଯାଉଛି । ସୂଚନାନୁସାରେ ନୀତିଗତ ବୈଠକ ପୂର୍ବରୁ ପରାମର୍ଶ ପାଇଁ ଏହି ସାକ୍ଷାତାକାର ହେବାକୁ ଯାଉଛି । ଗଭର୍ଣ୍ଣର ବୈଠକ ପାଇଁ ବ୍ୟବସାୟିକ ସଂଗଠନ ଓ କ୍ରେଡ଼ିଟ୍ ରେଟିଂ ଏଜେନ୍ସିଗୁଡ଼ି ବ୍ୟତୀତ ଅଲ୍ ଇଣ୍ଡିଆ ବ୍ୟାଙ୍କ୍ ଡିପୋଜିଟର ଆସୋସିଏସନ୍କୁ ମଧ୍ୟ ଡକାଯାଇଛି । ଦାସ ଗତ ବର୍ଷ ଡିସେମ୍ବରରେ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର ପଦ ସମ୍ଭାଳିବା ପରେ କହିଥିଲେ ଯେ ସରକାରଙ୍କ ସମେତ ସମସ୍ତ ସମ୍ବନ୍ଧିତ ପକ୍ଷକୁ ଏକାଠି କରି କାମ କରାଯିବ । ସେ ଉଦ୍ୟୋଗ ମଣ୍ଡଳ, ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପାନୀଗୁଡ଼ିକ, ବ୍ୟାଙ୍କ୍ ଅଧିକାରୀ, ସରକାରୀ ପ୍ରତିନିଧି ଓ ରେଟିଂ ଏଜେନ୍ସି ସହିତ ସାକ୍ଷାତ କରିଛନ୍ତି ।


