ଅର୍ଥମନ୍ତ୍ରୀଙ୍କ ପ୍ରଥମ ପ୍ରାକ୍-ବଜେଟ ବୈଠକ

ନୂଆଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ୨୦୨୦ ସାଧାରଣ ବଜେଟ ପୂର୍ବରୁ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସୋମବାର ନୂଆଦିଲ୍ଲୀ ଠାରେ ବିଭିନ୍ନ ଅଂଶୀଦାର ଗୋଷ୍ଠୀଙ୍କ ସହିତ ପ୍ରାକ-ବଜେଟ ଆଲୋଚନା କରିଛନ୍ତି । ତାଙ୍କର ପ୍ରଥମ ବୈଠକରେ ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନଟେକ ଓ ଷ୍ଟାର୍ଟଅପ୍ସ ଜଗତର ଅଂଶୀଦାରମାନେ ଯୋଗ ଦେଇଥିଲେ । ଏହି ବୈଠକରେ ମୁଖ୍ୟତଃ ଡାଟା ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ବିଗ ଡାଟା ପ୍ରଯୁକ୍ତି, ବୃହତ ଡାଟା , ତଥ୍ୟର ବିଶ୍ଳେଷଣ, ଏସଏମଇ କ୍ଷେତ୍ର ପାଇଁ ବିଗ ଡାଟା ପ୍ରଯୁକ୍ତିର ପ୍ରୟୋଗ ଏବଂ ଜନସାଧାରଣଙ୍କ ଅଭିଯୋଗର ସମାଧାନ ଲାଗି ବିଗ ଡାଟା ପ୍ରଯୁକ୍ତିର ପ୍ରୟୋଗ ଆଦି ବିଷୟବସ୍ତୁ ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ଡିଜିଟାଲ ଭିତିଭୂମି ଓ ସରକାରଙ୍କ ଭୂମିକା, ଗୋପନୀୟତା ଉପରେ ଗୁରୁତ୍ୱରୋପ କରୁଥିବା ଡିଜିଟାଲ ଅର୍ଥବ୍ୟବସ୍ଥାର ନିୟନ୍ତ୍ରଣ, ଆର୍ଥିକ ନିୟାମକ, ଷ୍ଟାର୍ଟଅପଗୁଡ଼ିକ ପାଇଁ ବ୍ୟବସାୟିକ ସୁଗମତା ପରିବେଶ, ଡିଜିଟାଲ ଇଣ୍ଡିଆ ପାଇଁ ରହିଥିବା ଭିତିଭୂମି ଶୂନ୍ୟସ୍ଥାନ ପୂରଣ କରିବା, ଟିକସ ବ୍ୟବସ୍ଥା ଆଦି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଅର୍ଥମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ଅର୍ଥ ସଚିବରାଜୀବ କୁମାର, ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତୀ, ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ସଚିବ ଅଜୟ ପ୍ରକାଶ ସାୱନୀ, ଟେଲି କମ୍ୟୁନିକେସନ ବିଭାଗ ସଚିବ ଅଂଶୁ ପ୍ରକାଶ, ସିବିଡିଟି ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ମୋଦୀ, ସିବିଆଇସି ଅଧ୍ୟକ୍ଷ ପି.କେ ଦାସ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡ. କେ.ଭି ସୁବ୍ରମଣ୍ୟମ ଓ ଅର୍ଥ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ