ଅର୍ଥ ସଞ୍ଚୟରେ ଅସୁବିଧା ହେଉଛି କି, ଜାଣି ନିଅନ୍ତୁ କଣ ରହିଛି ବାସ୍ତୁଦୋଷ…
ଭୁବନେଶ୍ୱର : ଆଜିକାଲି ଯୁଗରେ କିଛି ବି କରିବାକୁ ହେଲେ ପ୍ରଥମ ଅର୍ଥ ନିହାତି ଦରକାର ହୋଇଥିାଏ | ତେବେ ଏପରି ପରିସ୍ଥିତିରେ ଆମେ ସଞ୍ଚୟ କରୁଥିବା ଟଙ୍କା ଯଦି ସଞ୍ଚୟ କରିବା ବଦଳରେ ଖାଲି ଖର୍ଚ୍ଚ ହେଇଯାଉଥିବ ତେବେ ଏପରି ପରିସ୍ଥିତରେ କଣ କରିବ ତାହା କିଛି ମୁଣ୍ଡରେ ପଶି ନଥାଏ | ତେବେ କଥା ଉଠୁଛୁ ଯେ, ଯଦି ଆପଣଙ୍କର ମଧ୍ୟ ଏପରି ହେଉଥାଏ ତେବେ ବ୍ୟସ୍ତ ନ ହେଉଥାଏ ତାହା ହେଲେ ଜାଣି ନିଅନ୍ତୁ ଏଥିରେ ବାସ୍ଥୁ ଦୋଷ କିଛି ଥାଇ ପାରେ | ତେବେ ଚାଲନ୍ତୁ ଜାଣିବା କଣ କଲେ ଏହି ବସ୍ତୁଶାସ୍ତ୍ର ଉପରେ ନିୟନ୍ତ୍ରଣ ରକ୍ଷା କରିବେ |
୧- ଶୁକ୍ଲପକ୍ଷ ସୋମବାର ଶିବଲିଙ୍ଗ ଉପରେ ଗଙ୍ଗ।ଜଳ ଅଭିଷେକ କରି ଅରୁଆ ଚାଉଳ ଚଢାଇଲେ ଧନ ପ୍ରାପ୍ତି ହେବା ସହ ଆର୍ଥିକ ସମୃଦ୍ଧି ହୋଇଥାଏ।
୨- ବାସ୍ତୁ ଅନୁସାରେ ଉତ୍ତର ଦିଗକୁ ସର୍ବଦା ସଫ।ସୁତୁରା ରଖନ୍ତୁ। ଏହି ଦିଗରେ ‘ଶ୍ରୀ’ ଯନ୍ତ୍ର ସ୍ଥାପନ କରି ପ୍ରତିଦିନ ଏହାର ପୂଜା କଲେ ଅନାବଶ୍ୟକ ଖର୍ଚ୍ଚ କମ୍ ହୋଇଥାଏ ।
୩- ଶୁକ୍ଲପକ୍ଷ ଗୁରୁବାର ଘର ମୁଖ୍ୟ ଦ୍ୱାରର ଡାହାଣ ଏବଂ ବାମ ପଟେ ଗଙ୍ଗ।ଜଳ ଛିଞ୍ଚନ କରନ୍ତୁ । ଡାହାଣପଟ ଅନାମିକା ଆଙ୍ଗୁଳିରେ ହଳଦୀ ଏବଂ ଦହି ଘୋଳରେ ଏକ ସ୍ୱାସ୍ତିକ ଚିହ୍ନ ଆଙ୍କି ସେଥିରେ ଅଳ୍ପ ଗୁଡ ଲଗାଇ ମହୁର ଏକ ବୁନ୍ଦା ପକାନ୍ତୁ । ପ୍ରତି ଗୁରୁବାର ଏହି ନିୟମ ପାଳନ କଲେ ଘରେ ଆର୍ଥିକ ସମୃଦ୍ଧି ହୋଇଥାଏ।
୪- ଶୁକ୍ଳପକ୍ଷ ସୋମବାର ଅଥବା ଶନିବାର ଦିନ ଗହମ ପେଶିବା ସମୟରେ ସେଥିରେ ୧୧ଟି ତୁଳସୀ ପତ୍ର ମିଶାଇ ଦିଅନ୍ତୁ । ଏଥିରେ ପ୍ରସ୍ତୁତ ଅଟାରେ ରୁଟି ଖାଇଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଧ୍ୟାନ ରଖିବେ ଏହି ଅଟାକୁ ଯେପରି ତଳେ ପକାଇବେ ନାହିଁ ଏବଂ ନଷ୍ଟ କରିବେ ନାହିଁ ।