ଅର୍ଥ ସାଜିଲା ବାଧକ;ଚିକିତ୍ସା ପାଇଁ ଅର୍ଥ ଅଭାବରୁ ତିନି ବର୍ଷ ରୁ ଅଧିକ ହେବ ଖଟ ରେ ଶୋଇ ରହିଛନ୍ତି ରୁପାବତୀ…

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବୁଡ଼ୁରିକିଆ ପଞ୍ଚାୟର  ମାଦିନାଟ ପସାରୀ ସାହି ରେ ରୁପାବତୀ ମଳିକ(45) ଖଟରେ ପଡି ରହି କଷ୍ଟ ପାଉଛନ୍ତି l  ପ୍ରତି ମାସରେ ଋତୁ ଶ୍ରiଵ ଏବଂ ଧାତୁ କ୍ଷୟ ହୋଉଛି ବୋଲି ସେ କହିଛନ୍ତି,  ତାଙ୍କର ଦେହ ସୁଖୀ ସୁଖୀ ଯାଉଛି l ସ୍ୱମୀ ସହ ତିନିଟି ପୁଅ ଏବଂ ଗୋଟିଏ ଝିଅ ସହ ରୁହନ୍ତି l  ତାଙ୍କ ସ୍ୱାମୀ  ଏକ ଦିନ ମଜୁରୀଆ ଭାବେ କାମ କରି ଘର ଚଳାଉଛନ୍ତି ଏବଂ ପିଲା ମାନଙ୍କ ପାଠ ପଢା ରେ ଏବଂ ଘର ଖର୍ଚ୍ଚ କରି ବଳକା ହେଲେ କିଛି ଔଷଧ କିଣି ଆଣି ଦିଅନ୍ତି, ସେ ଏକ ଆଦିବାସୀ ସମ୍ପ୍ରଦାୟ ବ୍ୟକ୍ତି  ସେଇ ଘଞ୍ଚ ଜଙ୍ଗଲ ଭିତରେ ଯାହା କାମ ମିଳେ କିଛି ପଇସା ମିଳିଲେ, ତାହା ତାଙ୍କର ଘର ଚଳାନ୍ତି l କୋଉ ମାସରେ ଔଷଧ କିଣିବା କୁ ପଇସା ହୁଏ ତ ଆଉ କୋଉ ମାସରେ ପଇସା ଟିଏ ବି ବଳକା  ନଥାଏ ଔଷଧ କିଣିବା ପାଇଁ … ରୁପାବତୀ  ଙ୍କ ସ୍ୱମୀ ନଜିରା ମଳିକ କହିବା ଅନୁଯାଇ ସେ ପ୍ରଥମେ ତାଙ୍କର ସ୍ତ୍ରୀ ଙ୍କୁ ବାଲିଗୁଡା ମେଡିକାଲ ନେଇଥିଲେ କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ କହିଥିଲେ ଫୁଲବାଣୀ ମେଡିକାଲ କୁ ଯାଆନ୍ତୁ.. ସେ ତାଙ୍କ ସ୍ତ୍ରୀ ଙ୍କୁ ଧରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ  କୁ ନେଇଥିଲେ କିନ୍ତୁ ଏହି ରୋଗୀଙ୍କୁ ଧରି ବ୍ରହ୍ମପୁର ନିଅନ୍ତୁ କହି ଫୁଲବାଣୀ ମେଡିକାଲ ଫେରାଇ ଦେଇଥିଲେ l ସେ କିନ୍ତୁ ସେ ଅର୍ଥ ଅଭାବରୁ ବ୍ରହ୍ମପୁର ନେଇପାରିନଥିଲେ l ସେଇ ଦିନ ଠୁ ରୁପାବତୀ ଖଟ ରେ ଜୀବନ ବିତେଉଛନ୍ତି ତାଙ୍କ ଦୁଃଖ ରେ ସ୍ୱାମୀ ବି ଭାଙ୍ଗି ପଡିଛନ୍ତି l  ସେ କହିଛନ୍ତି ସରକାର ଏତେ ଯୋଜନା ଆଦିବାସୀ ଗରିବ କଲ୍ୟାଣ ଯୋଜନା କରୁଛନ୍ତି ସେ କିନ୍ତୁ କିଛି ସାହାଯ୍ୟ ପାଇପାରୁନାହାନ୍ତି..ଏଣୁ ଏଥିପ୍ରତି  ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ରୁପାବତୀ କୁ ଭଲ ଚିକିତ୍ସା ଯୋଗାଇ ଦେବେ ତ ସେ ଭଲ ହେବେ ବୋଲି କହିଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ