ଅର୍ଥ ହଡପ ଅଭିଯୋଗ
ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବିଲେଇପଦା ଗ୍ରାମର ବିଜୟ କୁମାର ପୃଷ୍ଟିଙ୍କଠାରୁ ଗୁଗୁଲ୍ ପେ ଜରିଆରେ ଅର୍ଥ ହଡପ ହୋଇଥିବା ଅଭିଯୋଗ ବୁଧବାର ବିଲେଇପଦା ଫାଣ୍ଡିରେ ହୋଇଛି । ଅଭିଯୋଗରୁ ଜଣାପଡିଛି ଯେ, ବିଜୟ କୁମାର ପୃଷ୍ଟି ଙ୍କୁ ଗତ ୨୧ ତାରିଖ ଦିନ ଏକ ଫୋନ କଲ୍ ଆସିଥିଲା । ଏହି ଫୋନ୍ କଲ୍ ଜରିଆରେ କୁହାଯାଇଥିଲା ଯେ, ବିଜୟ କୁମାର ପୃଷ୍ଟିଙ୍କ ଗୁଗୁଲ ପେ ଏକାଉନ୍ଟ ରେ ଏକ ଅଫର ଅଛି । ଏହାକୁ ପାଇବା ପାଇଁ ହେଲେ ପୃଷ୍ଟିଙ୍କ ଫୋନ୍ କୁ ପଠାଯାଇଥିବା ଏକ ଲିଙ୍କ ଜରିଆରେ କ୍ଲିକ କଲେ ଏହା ମିଳିବ । ପୃଷ୍ଟି ତାଙ୍କ ଫୋନ୍ କୁ ଆସିଥିବା ଏକ ଲିଙ୍କ ରେ କ୍ଲିକ କରିବାରୁ ଏକ ଅପସନ୍ ଆସିଥିଲା । ସେଥିରେ ପୃଷ୍ଟିଙ୍କ ଗୁଗୁଲ୍ ପେ ଏକାଉନ୍ଟର ପିନ୍ ନମ୍ବର ଦେବା ପାଇଁ କୁହାଯାଇଥିଲା । ଏହାକୁ ଏନ୍ଟର କରିଦେବାରୁ ତାଙ୍କର ବ୍ୟାଙ୍କ ଏକାଉନ୍ଟ ଥିବା ରେଙ୍ଗାଲି ପ୍ରୋଜେକ୍ଟ ଷ୍ଟେଟ ବ୍ୟାଙ୍କରୁ ୨୩ ହଜାର ୯୮ ଟଙ୍କା ଉଠାଣ ହୋଇଯାଇଥିଲା । ସେ ଏହାକୁ ଜାଣିବା ପାଇଁ ଯେଉଁ ନମ୍ବରରୁ ତାଙ୍କୁ ଫୋନ୍ ଆସିଥିଲା , ସେ ନମ୍ବରକୁ ଫୋନ୍ କରିଥିଲେ ହେଁ ଏହାର କୌଣସି ସୁଫଳ ସେ ପାଇନଥିଲେ । ଏନେଇ ୨୩ ତାରିଖ ଅପରାହ୍ନରେ ସେ ବିଲେଇପଦା ଫାଣ୍ଡିଠାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।