ଅର୍ଦ୍ଧ ନିର୍ମିତ ଅବସ୍ଥାରେ ତଲାରିମାହା ରାସ୍ତା ଲୋକେ ପାଉନାହାନ୍ତି ଉପକାର

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଳକର ତଲାରିମାହା ଗ୍ରାମ ପଂଚାୟତ ଏବଂ ବସ୍ତିଙ୍ଗିଆ ଗ୍ରାମ ପଂଚାୟତ ସହ ସଂଯୋଗ କରିବାପାଇଁ ୨୧୯.୮୦ଲକ୍ଷ ଟଙ୍କା ସରକାରୀ ଅନୁଦାନରେ ୨୦/୦୬/୨୦୧୮ତାରିଖରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ସରକାରୀ ନିର୍ଦ୍ଦେଶ ଅନୁସାରେ ୨୫/୦୫/୨୦୨୦ତାରିଖରେ କାର୍ଯ୍ୟ ଶେଷ ହେବାରଥିଲା ହେଲେ ସରକାରଙ୍କ ତରଫରୁ କାର୍ଯ୍ୟଶେଷ ଧାର୍ଯ୍ୟ ସମୟ ଠାରୁ ୧ ବର୍ଷରୁ ଉର୍ଦ୍ଧ ସମୟ ଗଡି ଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେଲା ନାହିଁ । ଯାହାପାଇଁ ଗଟାମାହା, ଦୁଗୁଡି(କ),ଡୁଗୁଡି (ଖ),ଡାଡିସାହି,ପଧାନପଡ଼ା,ଖାସିରିଖୋଲ,ଅଂଚଳର ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଥିବା ସମାଜସେବୀ ରାଜେଶ କୁମାର ବର୍ଗର୍ତି ଅଭିଯୋଗ କରିଛନ୍ତ । ଯାହାକି ମୁଖ୍ୟ ରାସ୍ତାଠାରୁ ତିନି କିମି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ଅଟକି ରହିଛି । ନିର୍ମିତ ତିନି କିମି ରାସ୍ତା ଦବି ପିଚୁ ଉଠିବା ସହ ଅତି ନିମ୍ନମାନର ହୋଇଥିବା ସମାଜସେବୀ ଅଭିଯୋଗ କରିଛନ୍ତି ।କେବଳ ଏତିକି ନୁହେଁ ରାସ୍ତା ନିର୍ମାଣ କାମରେ କାର୍ଯ୍ୟ କରୁଥିବା ଦିନମଜୁରିଆଙ୍କୁ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ମଜୁରୀ ଟଙ୍କା ଦିଆଯାଇନଥିବା ସମାଜସେବୀ ଅଭିଯୋଗ କରିଛନ୍ତି । ତେଣୁ ଯଥା ସମ୍ଭବ କାମ ସାରିବା ସହ ଦିନ ମଜୁରିଆଙ୍କ ବାକିଆ ଟଙ୍କା ଠିକା ସଂସ୍ଥା ପକ୍ଷରୁ ପଇଠ ପାଇଁ ମଧ୍ୟ ସମାଜସେବୀ ସରକାରଙ୍କ ପାଖରେ ଦାବୀ କରିଛନ୍ତି । ଘଟଣା ସମ୍ପର୍କରେ ଠିକାଦାର ସଂସ୍ଥାର ଗୁମାସ୍ତାଙ୍କୁ ପଚାରିବୁଝିବା ପାଇଁ ଚେଷ୍ଟାକରିଥିଲେ । ଏବାବଦରେ କୌଣସି ପ୍ରତିକ୍ରିଆ ଦେବାକୁ ମନା କରିଥିଲେ । ତେଣୁ ଘଟଣାର ତଦନ୍ତ କରି ରାସ୍ତା ନିର୍ମାଣ କାର୍ଯ୍ୟସାରିବା ସହ ସରକାରଙ୍କ ନିର୍ଦ୍ଧାରିତ ମାନର ରାସ୍ତା ନିର୍ମାଣ କାମ କରିବା ସହ ଦିନମଜୁରିଆଙ୍କ ବାକିଆ ମଜୁରୀ ପ୍ରଦାନ କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ